ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ  

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ ପତକା ଉତ୍ତଳୋନ କରି କର୍ମକର୍ତା ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଓଡିଶାରେ ସମାଜବାଦର ପ୍ରସାର ପ୍ରଚାର କରି ସଭ୍ୟ ସଂଗ୍ରହ ଅଭିଯାନ କରିବା ପାଇଁ ଆହ୍ୱାନ କରୁଛି ତଥା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦେଶନାମା ଅନୁସାରେ ସମସ୍ତ ବିଧାନସଭା ମଣ୍ଡଳୀର ସଭାପତି ଚୟନ କରି ତୃଣମୂଳ ସ୍ତରରେ ପାର୍ଟି ସଂଗଠନକୁ ମଜଭୁତ କରିବା ପାଇଁ ମନୋନୟନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସଭାପତି ଶିବ ହାତୀ ଯାଦବ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତିଙ୍କ ନାମ ଘୋଷଣା କରିବା ସହିତ ସେମାନଙ୍କୁ ସଦ୍ୟସ୍ୟତା ଦେଇ ଦଳରେ ସ୍ୱାଗତ କରିଥିଲେ। ମନୋନୀତ ସଭ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ କୁମାର ବେହେରା ଜୟଦେବ ନିର୍ବାଚନ ମଣ୍ଡଳୀ, ଡା. ଅକ୍ଷୟ କୁମାର ବାରିକ ଭୁବନେଶ୍ୱର ମଧ୍ୟମ, ପ୍ରଭାତ କୁମାର ଜେନା ଭୁବନେଶ୍ୱର ଉତ୍ତର, ପ୍ରବୀଣ କୁମାର ନାୟକ ଭୁବନେଶ୍ୱର ଏକାମ୍ର, ଜିତେନ୍ କୁମାର ପ୍ରହରାଜ ଜଟଣୀ, ପବିତ୍ର ମୋହନ ସାହୁ ବେଗୁନିଆ, ଶୁଭକାନ୍ତ ଖଡ଼ିରତ୍ନ ଖୋର୍ଦ୍ଧା, ଉମେଶ ବାରିକ ରଣପୁର, ଦୀପକ ସାହୁ ବିଂଝାରପୁର, ଯାଜପୁର, ସମ୍ପଦ କୁମାର ତ୍ରିପାଠୀ କାକଟପୁର, ମୁକୁନ୍ଦ ଚରଣ ସାହୁ ନିମାପଡା, ସୁବାସ ଚନ୍ଦ୍ର ମହାନ୍ତି ପୁରୀ, ପ୍ରସନ କୁମାର ଆଚାର୍ଯ୍ୟ ସତ୍ୟବାଦୀର ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଆଜି ସମାଜବାଦୀ ପାର୍ଟିର ବିଭିନ୍ନ ନିର୍ବାଚନ ମଣ୍ଡଳୀର ସଭାପତି ଭାବେ ଚୟନ କରି ନାମ ଘୋଷଣା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.