ଡ଼କାୟତି ପାଇଁ ମାରଣାସ୍ତ୍ର, ଲଙ୍କା ଗୁଣ୍ଡ ଧରି ଯୋଜନା କରୁଥିଲେ ମାଡ଼ି ବସିଲା ପୁଲିସ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଚାରି ଆଡେ଼ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଥିବାରୁ ରାତିରେ ସୁନ ସାନ ଥିଲା ରାସ୍ତାଘାଟ। ଏହାର ସୁଯୋଗ ନେଇ ରାତିରେ ଏନଏଚ ଉପରେ ହାତରେ ବୁଜାଲି ଲଙ୍କା ଗୁଣ୍ଡ ଧରି ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଗୋଟିଏ ଅନ୍ତଃ ଜିଲ୍ଲା ଡକାୟତ ଦଳ । ହେଲେ ଏହି ସମୟ ରେ କୌଣସି ସୂତ୍ର ରୁ ଖବର ପାଇ ମାଡ଼ିବସିଲା ଦେଓଗାଁ ପୁଲିସ ଓ ଡକାୟତ ମାନଙ୍କୁ କରିଥିଲା କାବୁ। ଏମିତି ଏକ ଘଟଣା ସାମ୍ନା ଆସିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାରୁ। ମିଳିଥିବା ସୂଚନା ଅନୁସାରେ ଦେଓଗାଁ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ବଲାଙ୍ଗିର – କଳାହାଣ୍ଡି ରାସ୍ତା ର ଜାତୀୟ ରାଜପଥ ୨୬ ଦେଓଗାଁ ତୁଷୁରା ଛକ ନିକଟରେ ଛିଡ଼ା ହୋଇଥିବା ଏକ ବୋଲେରୋ ଗାଡ଼ି ଓଡ଼ି ୧୭ ଭି ୯୧୩୪ କୁ ସଂଧେହ କରି ଯାଞ୍ଚ କରିଥିଲା। ଗାଡ଼ି ଭିତରୁ ୪ଟି ମୁଖା,୪ଟି ମୋବାଇଲ, ବୁଜାଳୀ, କଟୁରୀ, ଲଙ୍କା ଗୁଣ୍ଡ ଥିବା ଦେଖିବାରୁ ତାକୁ ଜବତ କରି ଥିଲା ପୁଲିସ। ଏହି ଘଟଣା ରେ ସଂପୃକ୍ତ ଥିବା ବଲାଙ୍ଗିର ସଦର ଥାନା ବାଗ ବେରିଆ ଗାଁ ର ଅଜୟ ବିଭାର (୨୨), ବରଗଡ଼ ଜିଲ୍ଲା ବରପାଲି ଥାନା ବାରଙ୍ଗପାଲି ର ସୌରଭ ମହାନନ୍ଦ (୧୯), ସମ୍ବଲପୁର ଜିଲ୍ଲା ଶାସନ ଥାନା କଟାପାଲି ଗାଁ ର ଛୋଟୁ ବଗର୍ତ୍ତି (୨୩) ଏଵଂ ବୌଦ୍ଧ ଜିଲ୍ଲା ଟାଉନ ଥାନା ର କଟରା ଗାଁ ର ଦିବ୍ୟ ସୁନ୍ଦର ପ୍ରଧାନ (୨୩) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଦେଓଗାଁ ଥାନା କେଶ ନମ୍ବର ୨୯ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ବଲାଙ୍ଗିର ସଦର ଏସଡିପିଓ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.