ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ନଗର ମଣ୍ଡଳ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳନ ହୋଇଯାଇଛି। ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମର୍ପଣ ଦିବସରେ ବିଜେପିର ବରିଷ୍ଠ କର୍ମକର୍ତ୍ତା ତଥା ବଲାଙ୍ଗୀର ସାଂସଦଙ୍କ ପୌର ପରିଷଦ ପ୍ରତିନିଧୂ ଶିବରାମ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ପଣ୍ଡିତ ଦୀନଦୟାଲଙ୍କ ଏକାତ୍ମ ମାନବବାଦ ଓ ଅନ୍ତଦ୍ଵୟର ପ୍ରେରଣା ସଂପର୍କରେ ଆଲୋକପାତ କରିଥିଲେ। ଭାଜପା ଯୁବମୋର୍ଚ୍ଚା ସଭାପତି ସ୍ୱରୁପ ପାତ୍ର, କାଉନସିଲର ଗଙ୍ଗା ତରିଆ, ଆଇନଜୀବୀ ଦାଶରଥି ମେହେର, ସୁକାନ୍ତ ସାହୁ, ବିବେକାନନ୍ଦ ମିଶ୍ର, ଶୁଭ୍ରାଂଶୁ ମିଶ୍ର, ରାଜେଶ ସାହୁ, ବିକ୍ରମ ଅଗ୍ରୱାଲ, ଗିରି ଗୋବଦ୍ଧନ ଥନାପତି, ବିକ୍ରମ କେଶରୀ ମିଶ୍ର, ଉତ୍ତମ ନାଏକ ପ୍ରମୁଖ ପଣ୍ଡିତ ଦୀନଦୟାଲଙ୍କ ଉପରେ ଦେଇଥିଲେ। ଗୁପ୍ତ ପ୍ରକାଶ ମିଶ୍ର ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.