ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ ଠାରେ ହାଇସ୍କୁଲ ପ୍ରଧାନଶିକ୍ଷକ ମାନଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ ଠାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ପଞ୍ଚଦଶ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ନର୍ଲା ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନେ ଯୋଗଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱମ୍ବର ଭୋଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ଯୋଜନା ଯଥା ଉତ୍କର୍ଷ, ଖାନ ଏକାଡେମୀ ଗଣିତ କାର୍ଯ୍ୟକ୍ରମ, ସ୍କୁଲ ସହ ପୂର୍ବତନ ଛାତ୍ରଛାତ୍ରୀଙ୍କର ସଂଯୋଗ, ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ଉତ୍ସବ ଆଦି ବିଷୟରେ ଆଲୋଚନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମାଝୀ, ପଞ୍ଚାୟତ ସମିତି ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସ, ଘୋଡ଼ବନ୍ଧ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କିଶୋର ସାହୁ ଓ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଷ୍କୁଟିର ପ୍ରଧାନଶିକ୍ଷକ ଅରୁଣ ନାଏକ ପ୍ରମୁଖ ମାର୍ଗଦର୍ଶନ କରିଥିଲେ ।

ଆଲୋଚନାଚକ୍ରକୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ପରିଚାଳନା କରିଥିଲେ । ପରିଶେଷରେ ସମସ୍ତେ ବିଦ୍ୟାଳୟର ବିଜ୍ଞାନାଗାର, ଇ-ଲାଇବ୍ରେରୀ ଓ ଅନ୍ୟାନ୍ୟ ଭିତ୍ତିଭୂମି ପରିଦର୍ଶନ କରିଥିଲେ ।

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କ ବିଜ୍ଞାନ ଉପକରଣ ଗୁଡିକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ନର୍ଲା ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ କିପରି ଏହାର ଲାଭ ଉଠେଇ ପାରିବେ ତାହା କରିବାକୁ ଶ୍ରୀଯୁକ୍ତ କର ଙ୍କୁ ପ୍ରସ୍ତାବ ଦେଇଥିଲେ ।

ଗୋଷ୍ଠୀ ଶିକ୍ଷାଧିକାରୀ ଆମେ ନିହାତି ଭାବରେ ଅଳ୍ପଦିନ ଭିତରେ କାର୍ଯ୍ୟକ୍ରମ କରିବାର ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମ ର ସଫଳ ରୂପାୟନରେ ଚକ୍ରଧର ସା, ସଞ୍ଜୟ ସେନାପତି, ନାରାୟଣ ପଧାନ, ସୁବାସ ଚନ୍ଦ୍ର ବରାଡ଼, ଠାକୁର ବିବେକାନନ୍ଦ ପଧାନ, କହ୍ନେଇ ଗଉଡ଼, ବବି ରଣା ଓ ଟୁକୁଲାଲ ନାଏକ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.