ବିଶ୍ବ ବନ ଦିବସ ଅବସରରେ ସମ୍ମାନିତ ହେଲେ ଫରେଷ୍ଟର ସୁମିତାଭ ତ୍ରିପାଠୀ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଟିଟିଲାଗଡ ଡିଭିଜନ ସଇଁନ୍ତଳା ରେଞ୍ଜର ଟିଟିଲାଗଡ ସେକସନ ଫରେଷ୍ଟର ସୁମିତାଭ ତ୍ରିପାଠୀଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାର ବିଶ୍ବ ବନ ଦିବସ ୨୦୨୫ ଅବସରରେ ଭୁବନେଶ୍ବରସ୍ଥିତ ଳୋକସେବା ଭବନ ପରିସରରେ ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପୁରସ୍କୃତ କରିଛନ୍ତି। ଫରେଷ୍ଟର ସୁମିତାଭ ତ୍ରିପାଠୀ ଜଣେ ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ଫରେଷ୍ଟ ଅଫିସର ସହ ମେଳାପି ସ୍ବଭାବ ଯୋଗୁଁ ସମସ୍ତଙ୍କ ପ୍ରିୟପାତ୍ର। ଉକ୍ତ କାର୍ଯ୍ୟକ୍ରମରେ ସତ୍ଯବ୍ରତ ସାହୁ, ଶୁରେଶ ପନ୍ତ, ପ୍ରେମ୍ କୁମାର ଝା ଉପସ୍ଥିତ ଥିଲେ। ଫରେଷ୍ଟର ସୁମିତାଭ ତ୍ରିପାଠୀଙ୍କୁ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ତରଫରୁ ମଧ୍ଯ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ସୁମିତାଭ ହେଉଛନ୍ତି ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳୀ ପଣ୍ଡାଙ୍କ ସାନ ବୋହୁ। ତେଣୁ ସଇଁନ୍ତଳା ଅଞ୍ଚଳରୁ ମଧ୍ଯ ଫରେଷ୍ଟର ସୁମିତାଭଙ୍କ ନିକଟକୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.