ଓଡ଼ିଆ ବାର୍ତ୍ତା/ ଚନ୍ଦ୍ରପୁର (ପଦ୍ମନ ଭତ୍ରା): ବାପ ମା ଦୁଃଖକଷ୍ଟ କରି ପିଲାକୁ ଉଚ୍ଚ ଶିକ୍ଷାରେ ପରିଣତ କଲେ । ପୁଅ ମୋର ଚାକିରୀ କରି ଅନ୍ୟ ଚାକିରିଆଙ୍କ ଭଳି ସମାନ କାମ କରି ସମାନ ଦରମା ପାଇବ ଆମ ପରିବାର ଅଭାବରୁ ଦୂରେଇ ସୁଖରେ କାଳାତିପାତ କରିବ ଆମ ମୁହଁରେ ହସଫୁଟାଇବ।ପିତାମାତାଙ୍କର ସେହି ସ୍ବପ୍ନ ଓ ଭାବନା ଭାବନାରେ ହିଁ ରହିଗଲା । ହେଲେ ତତ୍କାଳୀନ ବିଜେଡି ସରକାର ବେକାରୀ ଦୂରକରିବାରେ ଫେଲ ମାରୀ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଆଳରେ ବିଭିନ୍ନ ବିଭାଗର ବିଭିନ୍ନ ପଦବୀକୁ ସରକାର ଘରୋଇ ସଂସ୍ଥାକୁ ଟେକି ଦେଲେ । ସେହି ସଂସ୍ଥା ନିଜେ ତାର ସିଂହ ଭାଗ ରଖି ଆଉଟ ସୋରସିଂ ବ୍ୟବସ୍ଥାରେ ପାଞ୍ଚ ହଜାରରୁ ଦଶ ହଜାର ମାସକୁ ବେତନ ଦେଇ ବିଭିନ୍ନ ଅଫିସରେ କାର୍ଯ୍ୟ କରାଇ ନିଯୁକ୍ତି ଦିଆଗଲା ବୋଲି ସରକାର ଲଲିପପ ଧରାଇ ବାହାଦୁରୀ ନେଲେ । ହେଲେ ସରକାରଙ୍କ ଦ୍ବାରା ନିଯୁକ୍ତି କର୍ମଚାରୀଙ୍କୁ ୬ବର୍ଷ ପରେ ସ୍ଥାୟୀ କରାଗଲା । ହେଲେ ୬ରୁ ୧୦ବର୍ଷ ଆଉଟ ସୋର୍ସିଂରେ ଚାକିରୀ କରିଥିଲେ ମଧ୍ୟ ସରକାରୀ ଖାତାରେ ଏ ମାନଙ୍କର ନା ନଥାଇ ଘରୋଇ ଠିକା ସଂସ୍ଥାରେ ନାମ ଥିବାରୁ ସରକାର ଏମାନଙ୍କ ସ୍ଥାୟୀ ଚାକିରି ପାଇଁ ଚିନ୍ତା ନ କରିବାରୁ ଅଭାବ ଅନଟନରେ ଦିନ ରାତି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଦୁଃଖର ସହ ମୋହନ ସରକାରଙ୍କ ନିକଟରେ ନିବେଦନ କରି କଳାବ୍ୟାଚ ପରିଧାନ । ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଆଦିବାସୀ ବହୁଳ ଚନ୍ଦ୍ରପୁର ବ୍ଲକରେ । ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ସଂସ୍ଥା ଦ୍ବାରା ନିଯୁକ୍ତି ଆଉଟ ସୋରସିଂ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ ମହାସଂଘ ପକ୍ଷରୁ ସୋମବାର ଠାରୁ ଶାନ୍ତି ପୁର୍ଣ୍ଣ ଭାବେ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ ଆରମ୍ଭ ହୋଇଛି । କର୍ମଚାରୀଙ୍କୁ ଛଟେଇ ବଦଳରେ ନିୟମିତ କରାଯିବା ଦାବୀ ନେଇ ଚନ୍ଦ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରିବା ସହିତ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଦାବି ପୁରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ।