ବାଲିଗୁଡା ପୋଷ୍ଟ ଅଫିସ ଛକ ଠାରୁ ଖଜୁରୀନାଳ ଡୁମୁଡ଼ିସାହି ରାସ୍ତା ଅବସ୍ଥା ଶୋଚନୀୟ 

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୋଷ୍ଟ ଅଫିସ ଛକ ଠାରୁ ଖଜୁରୀନାଳ ଡୁମୁଡ଼ିସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଖାଲଖୋମା ହେଇ ପାଣି ଜମି ରହୁ ଥିବାରୁ ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅନେକ ସମୟରେ ଏହି ରାସ୍ତାରେ ଗାଡ଼ି ଗୁଡ଼ିକ ଯାମହେଉଛି ତା’ର କାରଣ ହେଲା ବ୍ଲଦନଦୀ ଘାଟରୁ ଲୋକେ ବାଲି ନେଉଛନ୍ତି।  ଭାରି ଯାନ ଆସିଲେ ମଟର ସାଇଲକ ମଧ୍ୟ ସାଇଡି ଦେବା ପାଇଁ ଜାଗା ନାହିଁ। ଏହିପରି ରାସ୍ତା ଯାମ ହେବାରୁ ମୋଟର ସାଇକିଲ ଚାଳକ ମାନେ ଅନେକ ଥର ପଡ଼ି ଆହତ ହୋଇଥିବା ନଜିର ରହିଛି। ଏହି ରାସ୍ତା ଦେଇ ତିନି ଗୋଟି ଗ୍ରାମ ପଞ୍ଚାୟତ ରହିଛି ପ୍ରଥମ ସିନ୍ଦ୍ରିଗାଁ, ବୁଡ୍ରୁରୁକିଆ ପଞ୍ଚାୟତ (ତିନି) କୁଟିକିଆ ପଞ୍ଚାୟତ ରହିଛି। ସ୍କୁଲ କଲେଜ ଯିବା ପାଇଁ ଏହା ଏକମାତ୍ର ରାସ୍ତା। ଏହି ରାସ୍ତାରେ ତିନୋଟି ମଦ ଦୋକାନ ରହିଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାରି ଯାନ ଯାତାୟତ କରିଥାଏ। ରାସ୍ତା ଯାମ୍ସ କାରଣରୁ ସ୍କୁଲକୁ ନିର୍ଦ୍ଧାରିତ ସମୟରେ ଯାଇପାରୁ ନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ। ରାସ୍ତାରେ ଗାଡ଼ି ଗୁଡ଼ିକ ଯାମ ହେଉଛି। ମରଣଯନ୍ତା ପାଲଟିଛି ଏହି ରାସ୍ତା। ଏନେଇ ଅନେକ ଥର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କହିଥିଲେ ସୁଦ୍ଧା କାମ ହେଇପାରୁ ନାହିଁ। ତେଣୁ ଏହି ରାସ୍ତା ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.