ବରାହ ଆକ୍ରମଣ, ଜଣେ ମୃତ 

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ପରିବାର ପକ୍ଷରୁ ବରାହ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୂଚନା ମୁତାବକ ଛୋଟ ପୁଅକୁ ନେଇ ଜଙ୍ଗଲକୁ ଯାଇଥିବା ସମୟରେ ବାପାଙ୍କୁ ବରାହ ଆକ୍ରମଣ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡ଼ି ରହିଥିବା ବେଳେ ଛୋଟ ପୁଅ ଜୀବନ ବିକଳରେ ଆସି ଘର ଲୋକଙ୍କୁ ଜଣେଇଥିଲା। ଡେରି ନକରି ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ମେଡିକାଲକୁ ପହଞ୍ଚେଇ ଥିଲେ। ହେଲେ ବାଲିଗୁଡ଼ା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସୀର୍ଲା ପଞ୍ଚାୟତ ପଟାଙ୍ଗସୁଗା ଗାଁରେ। ମୃତ ବ୍ୟକ୍ତି ଜଣକ ଉକ୍ତ ଗାଁର ମସିହ ଦିଗାଲ ବୋଲି ଜଣାପଡିଛି। ପରିବାର ପକ୍ଷରୁ ବରାହ ଆକ୍ରମଣରେ ମୃତ୍ୟୁ ଅଭିଯୋଗ କରୁଥିବା ବେଳେ ଘଟଣା ସମ୍ପର୍କରେ ଥାନାକୁ ଜଣେଇଥିଲେ। ପରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କିଭଳି ପରିସ୍ଥିତରେ ଯୁବକଙ୍କ ମୃତ୍ୟୁ ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.