ପରିବହନ ବିଭାଗ ଓ ପୁଲିସର ମିଳିତ ଗାଡ଼ି ମୋଟର ଯାଞ୍ଚ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ୫୯ ନମ୍ୱର ଜାତୀୟ ରାଜପଥ ହିଲ୍‌ଭିୟୁ ଛକ ଠାରେ ଗାଡ଼ିମୋଟର ଯାଞ୍ଚ କରାଯାଥିଲା । ଯାଞ୍ଚ ବେଳେ ୩୪ ଜଣ ଅମାନିଆ ଗାଡ଼ି ଚାଳକ ଙ୍କ ଠାରୁ ୨ ଲକ୍ଷ ୧୯ ହଜାର ଟଙ୍କାର ଜରିମାନା ଚାଲାଣ କରାଯାଇଥିବା । ଏଥି ସହିତ ୩ ଜଣ ମଦ୍ୟପ ଚାଳକ ଙ୍କ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଥିଲା । ଯାଞ୍ଚ ବେଳେ ହେଲମେଟ, ଗାଡ଼ି କାଗଜପତ୍ର, କ୍ଷମତା ଠାରୁ ଅଧିକ ଯାତ୍ରୀ ନେବା ଆଦି ଯାଞ୍ଚ ହୋଇଥିଲା । ଯାଞ୍ଚ ହେବା କିଛି ଅମାନିଆ ଗାଡ଼ି ଚାଳକ ମାନେ ମୁଖ୍ୟ ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଯାଇଥିବା ବେଳେ ଆଉ କିଛି ଗାଡ଼ି ଯାଞ୍ଚ ହେଉଥିବା ଜାଣି ଅଧା ବାଟରେ ଅଟକି ଯାଇ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ବାରମ୍ବାର ଯାଞ୍ଚ ହେବା ଫଳରେ ଲୋକେ ସଚେତନ ହେଉ ନଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ଜୀବନ ଯାଉଛି । ମୁଖ୍ୟତଃ ହେଲମେଟ ବ୍ୟବହାର କରିନଥିବା ଲୋକଙ୍କ ଜୀବନ ଯାଉଥିବା ବେଳେ ମଦ୍ୟପ ଚାଳକ ଙ୍କ ପାଇଁ ମଧ୍ୟ ଅନେକ ଜୀବନ ହାନି ଘଟୁଛି । ଏଣୁ ଗାଡ଼ି ଯାଞ୍ଚ କଡାକଡି ହେଲେ ଲୋକେ ଆଗାମୀ ଦିନରେ ଜରିମାନା ଭୟରେ ସଚେତନ ହୋଇ ପାରିବେ । ଯାଞ୍ଚ ବେଳେ ପରିବହନ ବିଭାଗ ଏସଆଇ ଶିବାନୀ ମାଝୀ, ଥାନା ଏଏସଆଇ ଅର୍ଜୁନ ଶବର ସହ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.