ପୁରୁଷୋତ୍ତମପୁରରେ ପରାକ୍ରମ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଭାରତର ଜମ୍ମୁ କଶ୍ମୀରର ପେହେଲଗାଁଓରେ ପାକିସ୍ଥାନର ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ପକ୍ଷରୁ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଥିଲା “ଅପରେସନ ସିନ୍ଦୁର” । ଆଉ ଏହି ଅପରେସନରେ ଭାରତ ପାକିସ୍ଥାନରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱସଂ କରିଥିଲା ଭାରତର ସେନା ଧକ୍ଷ ଓ ବୀର ଯବାନ ମାନେ । ଏଥିରେ ଭାରତର ତିନି ବାହୀନୀର ସେନା ସାମିଲ ହୋଇଥିଲେ । ଭାରତରେ ସେନା ମାନେ ଯେଉଁବିରତ୍ୱର ପରାକ୍ରମ ଦେଖାଇଥିଲେଏବଂ ପାକିସ୍ତାନ କୁ ତାର ଜବାବ ଦେଇଥିଲେ ତାହାକୁ ନେଇ ଦେଶ ବାସୀ ଏବେ ଗର୍ବିତ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦେଶ ରେ ସେହି ସହିଦ ବୀର ମାନଙ୍କ ସ୍ମୃତି ଉଦେଶ୍ୟ ରେ ଏବଂ ତିନି ସେନା ବାହିନୀ ଙ୍କ ପରାକ୍ରମ ମନୋ ବଳ କୁ ସୁଦୃଢ କରିବା ପାଇଁ ଏହି ପରାକ୍ରମୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇ ଥିଲା | ପୁରୁଷୋତ୍ତମପୁରଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଡନସେନା ଓ ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ରେ ଏହି ତ୍ରିରଙ୍ଗା ପରାକ୍ରମୀ ଯାତ୍ରା ଆଛୁଲି ଚକଠାରୁ ବାଇକ ରାଲିରେ ବିଭିନ୍ନ ଭାରତ ମାତାର ନାରା ଦେଇ ପାଣ୍ଡିଆ ଛକ ଇକୋନ ମିକ କରିଡ଼ର ପାଖରେ ଶେଷ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ବ୍ଳକ ଅଧକ୍ଷା ପିଙ୍କି ବେହେରା, ତହସିଲଦାର ବିନୋଦ କୁମାର ବେହେରା, ଅତରିକ୍ତ ତହସିଲ ଦାର ସଂଗୀତା ସେଠୀ, ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଏସ୍ଡ଼ିପିଓ ଡ଼ଃ ଦୀପକ କୁମାର ମିଶ୍ର, ଆଇ ଆଇସି ରାଜେଶ ନାୟକ, ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଯନ୍ତ୍ରୀ ନାଗ ଭୂଷଣ ଯାଦବ, ଓ ଅନ୍ୟାନ୍ୟ ଯନ୍ତ୍ରୀ, ହେଡ଼ କ୍ଳର୍କ,ଜିପିଓ ମୀନ କେତନ ବେହେରା, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା, ବିଏସ ଏସ ଅଧିକାରୀ କାହ୍ନୁ ଚରଣ ସୋରେନ, ବ୍ଳକ ସମାଜ ମଙ୍ଗଳ ଅଧିକାରୀ, ମିନକେତନ ପାଢ଼ୀ, କାଉନ ସିଲର ଭାସ୍କର ବେହେରା ଓ ଅନ୍ୟ କାଉନ ସିଲର ମାନେ, ଜଗତ ବନ୍ଧୁ ପଣ୍ଡା, ସିଏଚ ନୂଆଙ୍ଗା ସମିତି ସଭ୍ୟା ଆଭା ପରିଡା ସମସ୍ତ ବ୍ଳକ ଷ୍ଟାଫ ଏବଂ କର୍ମ ଚାରି, ଏନଏସିର ଡେଭଲପ ମେଣ୍ଟ ଅଧିକାରୀ ରାକେଶ ସ୍ୱାଇଁ, ସତୀଶ କୁମାର ପାଣିଗ୍ରାହୀ,ସ୍ଵଛ କର୍ମଚାରୀ, ଏନଏସି ଷ୍ଟାଫ, ତହସିଲ ଷ୍ଟାଫଙ୍କ ସହିତ ବହୁ ସାମ୍ବାଦିକ ବନ୍ଧୁମାନେ, ବିଜେପି ସଦସ୍ୟ, ପୂର୍ବତନ ନଗର ମଣ୍ଡଳ ସଭାପତି ଟୁକୁନା ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ନେତା, କର୍ମୀ ଯୋଗ ଦେଇଥିଲେ | ଏହା ସହ ଭାରତର ସୁରକ୍ଷାରେ ପ୍ରତ୍ୟେକ ନାଗରିକ ଥିବା ନେଇ ଏହି ଶୋଭାଯାତ୍ରାରେ ନାରା ଦିଆଯାଇଥିଲା । ଏଥିରେ ସହରର ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ଜନ ପ୍ରତିନିଧୀ, ପୋଲିସ କର୍ମଚାରୀ, ମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.