ମାଓ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଓଡିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ପୁଣି ଗନ୍ଧମାର୍ଦ୍ଦନ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଗର୍ନ୍ଧମାର୍ଦନ, ଚକରତାଣ୍ଡି ଓ ଖୁରିପାଣି ଜଙ୍ଗଳରେ ମାଓ ଗତିବିଧି ଥିବା ନେଇ ଗତକାଲି ପୋଲିସ ଖବର ପାଇଥିଲା। ଗତକାଲି ସକାଳେ ଗର୍ନ୍ଧମାର୍ଦନ ଜଙ୍ଗଲରେ ମାଓ ଗତିବିଧି ଥିବା ସୂଚନା ପାଇ ପୋଲିସ ର ୨ଟି ଡିଭିଏଫ୍ ଟିମ୍ ସର୍ଚ୍ଚ ଅପରେସନ କରିଥିଲା। ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ କରିଛି ପୋଲିସ। ମାଓ କ୍ୟାମ୍ପରୁ ମାଓବାଦୀମାନେ ବ୍ୟବହାର କରୁଥିବା ମାଓ ପୋଷାକ, ଟିଫିନ ବକ୍ସ, ବିଦ୍ୟୁତ ତାର, ଇନଜେକ୍ସନ, ଗୁଳି, ଓୌଷଧ, ବାଣ, ମୋବାଇଲ, ଟର୍ଚ୍ଚଲାଇଟ, ମାଓ ପୁସ୍ତକ, ରେଡିଓ ପଲିଥିନ ସହ ଆଇଡି, ଜିଲୋଟିନ, ଡିଟୋନେଟର ଜବତ କରିଛି ପୋଲିସ। ମାଓ ପୁସ୍ତକରେ ବିସ୍ଫୋରକ କେମିତି ତିଆରି କରାଯାଏ ତାହାର ପୁରା ପ୍ରସେସ ରହିଛି ପୁସ୍ତକରେ। ମାଓବାଦୀଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ପୋଲିସ ଟ୍ରାକ କରୁଛି। ଏହି ମାଓ କ୍ୟାମ୍ପରେ ବଲାଙ୍ଗିର ବରଗଡ ମହାସମୁଦ ଡିଭିଜନର ୫ ଜଣ ମାଓବାଦୀ ଥିଲେ। ମାଓ କ୍ୟାମ୍ପ ଠାବ ହୋଇଥିବା ଅଞ୍ଚଳରେ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ବଲାଙ୍ଗିର ଏସପି ଅଭିଳାଷ ଜୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.