ପ୍ରସବ ଜାନ ସେବା ବନ୍ଦହେବା ପରେ ଅସୁବିଧାରେ ଫିରିଙ୍ଗିଆ ବ୍ଲକର ଗର୍ଭବତି ମହିଳା

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ୨୪ ଗୋଟି ପଞ୍ଚାୟତ ଭରସା କରୁଥିଲେ ପ୍ରଶାସନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସବ ଜାନ ପ୍ରକଳ୍ପ ଏହି ମାସ ୦୧ ତାରିଖ ଠାରୁ ବନ୍ଦ କରିଦିଆଯାଇଛି । ଯାହା ଦୁରଦୁରାନ୍ତର ଗର୍ଭବତୀ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହାର ଏକ ନଜର ଆସିଛି ଆଜି ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଂଚଳ ଜାଜେସପାଙ୍ଗା ପଂଚାୟତ ଇର୍ପିପାଙ୍ଗା ଗ୍ରମରେ ଦେଖିବାକୁ ମିଳିଛି । ସୁଚନା ଅନୁସାରେ ରିତେସ କୁମାର ଦିଗାଲଙ୍କ ସ୍ତ୍ରୀ ଅରୁପା ଦିଗାଲଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ପ୍ରସବ ଜାନ ମୋବାଇଲ୍ କୁ କଲ୍ କରିଥିଲେ କିନ୍ତୁ ସେଠାରୁ କୌଣସି ଉତର ନପାଇ ୧୦୮ କୁ କଲ୍ କରିଥିଲେ କିନ୍ତୁ ତାହା ଉପଲବ୍ଧ ନହେବାରୁ ନିଜ ବାଇକ୍ ରେ ଆଶା ଦିଦି ଙ୍କ ସହ ବସାଇ ବହୁ କଷ୍ଟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସବ ନିମନ୍ତେ ଆଣିଥିଲେ । ଦୂର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବକୁ ସୁରକ୍ଷିତ କରିବା ପାଇଁ ସରକାରି ଓ ବେସରକାରି ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ଏମିତି ବହୁତ ଅଂଚଳ ଅଛି ଯାହାକି ପା୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବହୁତ ଦୂର ଏବଂ ଆନୁଷ୍ଠାନିକ ପ୍ରସବ ନିମନ୍ତେ ବହୁ ଅସୁବିଧାରେ ସମ୍ମୁଖିନ ହେବାକୁ ପଡେ । କିନ୍ତୁ ପ୍ରସବ ଜାନ ଚାଲିଥିବା ସମୟରେ ଏହାର ସୁଫଳ ଦେଖିବାକୁ ମିଳୁଥିଲା । ଯାହାକି ଫିରିଙ୍ଗିଆ ବ୍ଲକ୍ ରେ ୨୦୦୦ ରୁ ଅଧିକ ଗର୍ଭବତୀଙ୍କୁ ସୁରକ୍ଷିତ ମାତୃତ୍ୱ ଦେଇପାରିଥିଲା । ବନ୍ଦ ହେବାର ଦିନ କେତଟା ମଧ୍ୟରେ ସ୍ଥିତି ଅସମ୍ଭାଳ ହେଲାଣି । ଏହିପରି ଯଦି ଆଗକୁ ଜାରିରହେ ତେବେ ପୁଣିଥରେ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଦେଖିବାକୁ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି । ବିଭିନ୍ନ ସମୟରେ ଗର୍ଭବତୀ ମାନଙ୍କର ଯନ୍ତ୍ରଣା ଫିରିଙ୍ଗିଆ ବ୍ଲକ ଓ ଗ୍ରାମ ବାସୀ ଦେଖିଥିବା ବେଳେ ଏହା ଆଗକୁ ଆହୁରି ଭୟଙ୍କର ହେବ ବୋଲି ଜଣାପଡୁଛି । ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ପୁର୍ନବାର ଏହି ସୁବିଧା ଜିଲ୍ଲରେ ପ୍ରଚଳନ ପାଇଁ ସାଧାରଣରେ ଦାବି ହେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.