ସରୋଜିନୀ ବେହେରାଙ୍କ କବିତା : ଫେରିଯିବା ଅତୀତକୁ

ଫେରିଯିବା ଅତୀତକୁ

ସରୋଜିନୀ ବେହେରା (ଟିକି)

ଏଇ ତମେ ଜାଣିଛ
ମୁଁ ତୁମକୁ କେତେ ଭଲପାଏ
ଯେତେ ଭଲ ପାଇଲେ ବି
ମତେ ଲାଗେ ଯେମିତି
କଉଠି କମ ରହିଯାଉଛି
ସେଥି ପାଇଁ ପରା ନିତି
ନୂଆ ରଙ୍ଗ ନୂଆ ସ୍ୱପ୍ନ
ନେଇ ତୁମକୁ ନୂଆ ରୂପେ ଦେଖୁଛି।

କେବେକେବେ ତୁମ ବି
ବୁଝିବାକୁ ଚେଷ୍ଟା କର
ଓଲଟେଇ ଦିଅ ଆମର
ସେ ପୁରୁଣା ପ୍ରେମର
କବିତା ବହିଟିକୁ
ପୁଣିଥରେ
ଖୋଲ ସେ ପୁରୁଣା ପ୍ରେମର
କିଛି ପ୍ରତିଛବି
ନିରୋଳାରେ ଗପିବାର ଆନନ୍ଦ
ପାଖାପାଖି ହାତେ ହାତ ଛନ୍ଦି
କେତେ ଗପ।

ତମେ କଣ ସବୁ ଭୁଲିଯାଇଛ
ନା ଭୁଲିବାର ଅଭିନୟନ
କରୁଛ ମୋ ଆଗେ
ତୁମ ପ୍ରେମକୁ ମୋ
ଆଗେ ଲୁଚାଇବା ପାଇଁ।

ତୁମ ଓଠ ହୁଏତ ନିରବ
ରହିବ ହେଲେ ତୁମର
ସେ ଆଖି ସେ କଣ ମତେ
ଧୋକା ଦେଇପାରିବ ନା
ତୁମ ଛାତିର ସ୍ପନ୍ଦନ
ମତେ ମିଛ କହିବ।

ଜହ୍ନ ଯେତେବେଳେ
ଜୋଛନା ଲଗ୍ନରେ ଶୋଇଯାଏ
ସେଇ ନିଶବ୍ଦ ବେଳରେ
ଫର୍ଦ୍ଦ ଫର୍ଦ୍ଦ କରି ଓଲଟାଇ
ପଢି ପଢି ଯାଏ ଆମ
ହାତ ଲେଖା ଚିଠି ସବୁ।

କେତେ ସୁନ୍ଦର ଥିଲା ସେ କଥା
ଆଜିବି ମୋ ଆଖି ଆଗରେ
ସିନେମା ଥିଏଟର ଛବି ପରି
ନାଚିଯାଉଛି ସେସବୁ ଦିନ।

ପୁରୁଣା ଡାଏରି ରେ ବି
ସବୁ ସ୍ମୃତି ସଜ ଫୁଟା
ଗୋଲାପ ପରି ଲାଗୁଛି
ଶୁଣନା ଆଉ ଥରେ ତମେ
ଫେରି ଚାଳନା ଅତୀତକୁ।

ଆଉ ଥରେ ଆମେ ଗଢ଼ନ୍ତେ
ଛୋଟ ବାଲିଘର
କେତେ ମିଠା ମିଠା କଥା ହୁଅନ୍ତେ
ଫୁଲ ଦିଆନିଆ,ମିଛ ରାଗ ଅଭିମାନ
ବୋହୁ ଚୋରୀ ଖେଳ ଖେଳନ୍ତେ
ଚାଳନା ଆଉ ଥରେ ଓଲଟାଇବା
ଆମ ସେ ପୁରୁଣା ସ୍ମୃତିର ବହିକୁ।

ଆଗରପଡା, ଭଦ୍ରକ

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.