ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସୋନପୁର,୪/୮ : ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଡିଆରଡିଏ ସମ୍ମିଳନି କକ୍ଷରେ ନୁତନ ଜିଲ୍ଲାପାଳ ମନିଷା ବାର୍ନାଜୀଙ୍କୁ ସ୍ୱଗତ ଓ ସର୍ମ୍ବଦ୍ଧନା ଦିଆଯାଇଛି । ସଂଘର ସଭାପତି ଗୋରେଖନାଥ ସାହୁ ଙ୍କ ସଭାପତିତ୍ୱ ଏହି ସଭାରେ ଶ୍ରୀମତି ବାନାର୍ଜୀ ଜିଲ୍ଲାର ସାମୁହିକ ବିକାଶ ରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିବା ସହ ସମସ୍ତଙ୍କ ସହୋଯୋଗରେ ଜିଲ୍ଲାର ବିକାଶ ଧାରାକୁ ଆଗକୁ ନେବେ ବୋଲି କହିଥିଲେ । ସଂପାଦକ ବ୍ୟାମକେଶ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁଗ୍ମ ସଂପାଦକ ବେଣୁଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘର ଉପ ସଭାପତି ପର୍ଶୁରାମ ମିଶ୍ର, ବ୍ରଜ ମୋହନ ଦାନି, ସମ୍ଭୁନାଥ ଖଣ୍ଡଗିରି, କିଶୋର ମିଶ୍ର, ଅଶୋକ ସାହୁ, ଅଶୋକ ପଣ୍ଡା, ସ୍ୱାଧିନ କୁମାର ମେହେର, ମନୋରଜଂନ ତ୍ରିପାଠି, ରତନ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସତପଥି, ବିବେକା ନନ୍ଦ ମିଶ୍ର, ଦିଲ୍ଲିପ ପାତ୍ର, ପବିତ୍ର ମୋହନ ପଣ୍ଡିଆ, ମହାଦେବ ମଲ୍ଲିକ, ଅକ୍ଷୟ ପୁଝାରି, ସୁଶାନ୍ତ ପଣ୍ଡା, ଧ୍ରୁବରାଜ ପାଣିଗ୍ରାହି, ସୁଶାନ୍ତ ସାହୁ, ରଞ୍ଜନ ବାରିକ, ଗୋବିନ୍ଦ ଠାକୁର, ଓଁ ପ୍ରାକାଶ ମିଶ୍ର, ନରୋତ୍ତମ ମଲ୍ଲିକ, ଶେଷଦେବ ବାରିକ, ବିନୟ ରଜଂନ ପଧାନ ସହ ବିଭିନ୍ନ ଜିଲ୍ଲା ସ୍ଥରିଅ ଓ ବ୍ଲକ ସ୍ଥରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.