ବାହାନଗା ବ୍ଲକରେ ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର

• ୧୭ଟି ଅଭିଯୋଗର ହେଲା ତତ୍କାଳ ଫଇଶଲା

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାହାନଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ ସିଂହ, ଅତିରିକ୍ତ କାର୍ଯ୍ୟର୍ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ, ଉପ ଜିଲ୍ଲାପାଳ ବାଲେଶ୍ଵର ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରି ଡ଼ାକ୍ତର ସୁଶାନ୍ତ କୁମାର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କେଶରୀ ପରିଡା ପ୍ରମୁଖଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ(ପ୍ରଶାସନ ଓ ପୋଲିସ)ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାହାନଗା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚୟତରୁ ୧୩୨ ଜଣ ଅଭିଯୋଗକାରୀ ନିଜ ନିଜର ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରି ଥିଲେ । ଏଥିରେ ୧୨୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ପି. ଏମ୍. ଆବାସ ଗୃହ ଯୋଜନା ରାସନ କାର୍ଡ, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ରାସ୍ତା,ପାନୀୟ ଜଳ,ଡ୍ରେନେଜ୍, ଦିବ୍ୟାଙ୍ଗ ଭତ୍ତା , ଆଇନ ସମ୍ପର୍କିତ ହୋଇଥିବା ବେଳେ ୧୧ ଗୋଟି ରାସ୍ତାଘାଟ,ବିଦ୍ୟୁତ୍ ସମସ୍ୟା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା, ଅଙ୍ଗନୱାଡ଼ି, ଡ୍ରେନେଜ ସମସ୍ୟା ଭଳି ସାମୁହିକ ଅଭିଯୋଗ ଏବଂ ୧ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ନିବେଦନ ପତ୍ର ମିଳିଥିଲା। ଉକ୍ତ ଶିବିରରେ ୧୭ ଗୋଟି ଅଭିଯୋଗର ତତକାଳ ଫୈଶଲା କରାଯାଇଥିଲା। ଏହି ଶିବିରରେ ଜିଲ୍ଲାର ବିଭିନ୍ନ (ପ୍ରଶାସନ ଓ ପୋଲିସର) ବିଭାଗୀୟ ପଦାଧିକାରୀ, ଗଣମାଧ୍ୟମର ପ୍ରତିନିଧିଗଣ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ସାଧାରଣ ଜନତା (ଅଭିଯୋଗକାରୀ) ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.