189 CRPF ବେଟାଲିୟନ ତରଫରୁ ଜଳ ଶକ୍ତି ଅଭିଯାନ

ବଲାଙ୍ଗୀର,୫/୮ :  ସ୍ଥାନୀୟ ଗାନ୍ଧିନଗର ପଡ଼ିଆ ପରିଶରରେ ସିଆରପିଏଫ ୧୮୯ ବେଟାଲିଏନ ତରଫରୁ ଜଳ ଶକ୍ତି ଅଭିଯାନ ଅନୁଷ୍ଟିତ ହୋଇଯାଇଛି। ଯେଉଁଥିରେ ବଲାଙ୍ଗୀର ସରକାରୀ ଆଇଟିଆଇ ସ୍କୁଲ ଓ ବଲାଙ୍ଗୀର ମଡେଲ ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ମାନବ ଜୀବନରେ ଜଳର ମହତ୍ତ୍ବ ଓ ଏହାର ସଂରକ୍ଷଣ ପାଇଁ ଜନ ସଚେତନତା ପାଇଁ ଗାନ୍ଧିନଗର ପଡ଼ିଆ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। 

ସିଆରପିଏଫ ର କମାନଡେଣ୍ଟ ଯୋଗେନ୍ଦ୍ର ସିଂ ମୋରିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଟିତ ହୋଇଥିବା ଏହି ଜଳ ଶକ୍ତି ଅଭିଯାନରେ ଜନସାଧାରଣଙ୍କୁ ସଚେତନତା କରାଇବା ଥିଲା ମୂଳ ଲକ୍ଷ୍ୟ। ଜଳ ହି ଜୀବନ ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାର ମହତ୍ତ୍ଵ ବୁଝିବା କଥା ଏବଂ ସୁଚାରୁ ଭାବେ ବ୍ୟବହାର କରି ଜଳକୁ ସଞ୍ଚୟ କରିବା ପାଇଁ ପରାମର୍ଶ ଦେଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଆରପିଏଫର ଆରଆର ରାମ, ସୁବେଦାର ମେଜର ବଳରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସିଆରପିଏଫର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.