ଉଦଯାପିତ ହେଲା ପୁରୁଷୋତ୍ତମପୁରର ପଞ୍ଚ ଠାକୁରାଣୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ମାସ ଧରି ଚାଲିଥିବା ଦ୍ୱି ବାର୍ଷିକ ପ୍ରସିଦ୍ଧ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଯାଇଛି | ଭକ୍ତ ମାନେ ମା’ ପଞ୍ଚ ଠାକୁରାଣୀ ତଥା କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କୁ ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିବା ସହ ଯାତ୍ରା ପଡ଼ିଆରେ ବୁଲି ଦୋଳି, ମିନା ବଜାର ଏବଂ ଯାତ୍ରା ମହଲର ମଜା ନେଇଛନ୍ତି।

Omkar Vasthu
Omkar Vasthu

ଯାତ୍ରା ଅବସରରେ ପ୍ରତ୍ୟେକ ସାହିରେ ବିଭିନ୍ନ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ତୋରଣ କରିବା ସହିତ ଖାଦ୍ୟ ବଣ୍ଟନ କରାଯିବା ଦ୍ଵାରା ବିନା ଖର୍ଚ୍ଚ ରେ ଲୋକେ ପ୍ରତ୍ୟୋକ ସାହିରେ ଶାନ୍ତି ଶୃଙ୍ଖଳା ର ସହିତ ଲୋକ ମାନେ ଧାଡି ବାନ୍ଧି ପ୍ରସାଦ ସେବନ କରିବାର ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଥିଲା |

Pearl dental clinic
Near Ashish Medical Store, Bhawanipatna

ତତ ସହିତ ଅନେକ ସ୍ଥାନରେ ସାଧା ବିରିୟାନୀ, ଆଇସକ୍ରିମ, ପନିର ରୋଲ, ଉପମା ଗୁଗୁନି, ଦହିବରା, ଡାଲମା ଭାତ, ପଲାଉ, ସେମିୟା, ହାଲୁଆ, ଚାଉମିନ, ଫ୍ରୁଟି, ଖିରୀ, ଦହି ବୁନ୍ଦିଆ ଏମିତି ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବିନା ଖର୍ଚ୍ଚ ରେ ଭକ୍ତ ମାନେ ଯାତ୍ରା ଉପ ଭୋଗ କରିଛନ୍ତି | ବଜାର କମିଟି ପକ୍ଷରୁ ମଧ୍ୟ ବିଭିନ୍ନ ରକମର ଖାଦ୍ୟ ବଣ୍ଟନ କରାଯାଇଥିଲା ।

Udyog Nursery
Udyogi Nursery

ମାନସିକଧାରୀମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତ କାଲି ସକାଳେ ପ୍ରଥମେ ଯାତ୍ରା କମିଟି ଏବଂ ବଣିକ ସଙ୍ଘ ତରଫରୁ ଏଣ୍ଡି ହାଇସ୍କୁଲ ପଡିଆରେ ହୋଉଥିବା ଅର୍ଣ୍ଣପ୍ରସାଦ ବିତରଣ ନିମନ୍ତେ ବିରାଟ ପଟୁଆରରେ ମାଆଙ୍କ ଫୁଲ ମାଳ ନେଇ ନିମନ୍ତ୍ରିତ ହୋଇଥିବା ଖଲ୍ଲିକୋଟ ବିଧାୟକ ପୂର୍ଣ ଚନ୍ଦ୍ର ସେଠୀଙ୍କ ସହିତ ଯାତ୍ରା ଅଧିକାରୀ ରମାକାନ୍ତ ଦାସ, ଯାତ୍ରା ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ପାତ୍ର, ରବୀନ୍ଦ୍ର ଦାଶ, ତ୍ରିନାଥ ସାହୁ, ସୀମା ପଣ୍ଡା, କାର୍ଯ୍ୟକାରୀ ସଭାପତି ଦୁର୍ଗା ଚରଣ ଦାସ ଏବଂ ସମସ୍ତ ଯାତ୍ରା କମିଟି ସଦସ୍ୟ ଏବଂ କପିଳେଶ୍ୱର ବଣିକ ସଂଘ ର ସମସ୍ତ ସଦସ୍ୟ, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଳକ ଅଧକ୍ଷା ପିଙ୍କି ବେହେରା, ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର, ବିଜେପି ନେତା ଯଂଜ୍ଞ ନାରାୟଣ ଦାଶ, ଯୁବନେତା ସୀତାରାମ ପାଣିଗ୍ରାହୀ, ହିରୋ ସୋରୁମ ମାକିକ ଅଶୋକ ସାମନ୍ତରା, ଏସ୍ଡ଼ିପିଓ ଡ଼ଃ ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ରାଜେଶ ନାୟକ, ସମାଜସେଵୀ ନିର୍ମକ ଚନ୍ଦ୍ର ସାହୁ, ବ୍ଳକ ଅଧକ୍ଷ ପ୍ରତିନିଧି ଜଗତ ପଣ୍ଡା, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ଓକିଲ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ଯାତ୍ରା କମିଟିର ସମସ୍ତ ସଦସ୍ୟ ଏବଂ ସହରବାସୀ ଉପସ୍ଥିତ ରହି ପଞ୍ଚଠାକୁରାଣୀଙ୍କୁ ନରସିଂହ ଦାସ ହାଇସ୍କୁଲ ପଡିଆକୁ ପାଛୋଟି ନେଇଥିଲେ |

ସେଠାରେ ପଞ୍ଚ ଠାକୁରାଣୀ ଙ୍କୁ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚନା ସହିତ ଅନ୍ନଭୋଗ କରି ନୈବେଦ୍ୟ ଦେଇଥିଲେ | ଏବଂ ଆରାତ୍ରିକ ପରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଠାକୁରାଣୀଙ୍କ ପାଖେ ଜଗତ, ବିଶ୍ୱ ଓ ସହର, ଏବଂ ବ୍ଳକ ବାସୀଙ୍କ ମଙ୍ଗଳ କାମନା କରିପ୍ରଣିପାତ କରିଥିଲେ | ନିମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କୁ ଯାତ୍ରା କମିଟି ଓ ବଜାର କମିଟି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ତାହାପରେ ମାଗଣା ଅନ୍ନ ପ୍ରସାଦ ଅତିଥି ଓ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା |

ଏହା ପରେ ପ୍ରତ୍ୟେକ ସାହିର ବିଭିନ୍ନ ପ୍ରକାର ପୌରାଣିକ ନାଟକ-ରାମାୟଣ, ଭାରତ ଲୀଳା, ବାରମାସୀ ଦଣ୍ଡନାଚ, ରାଧା ପ୍ରେମଲୀଳା, ପ୍ରହଲ୍ଲାଦ ନାଟକ ସହିତ ମେଲୋଡି, ଅପେରା, ଦୋଳି, ମିନା ବଜାର ଏବଂ କଳାକୁଞ୍ଜ ମେଢ଼ ପ୍ରଭୃତି ଆୟୋଜିତ ହୋଇଥିଲାଇ | ବିଭିନ୍ନ ଖୋଲାଯାଇଥିବା ମନୋହର ପସରା ସହିତ ଚଟା ପଟ ଖାଦ୍ୟର ମଜା ନେଇଥିଲେ ଦର୍ଶକ | 

ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଅନିଲ ପଣ୍ଡା ପ୍ରଭୁତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚ ଠାକୁରାଣୀଙ୍କ ଆଶୀର୍ବାଦ ନେଇଥିଲେ | ତତ ସହିତ ସ୍ଥାନୀୟ ନେତା, ସନ୍ତୋଷ ପଣ୍ଡା, ସୁରେଶ ମହାନ୍ତି, ମନୋଜ ଗୌଡ଼, ସ୍ଥାନୀୟ କାଉନସିଲ ୱାର୍ଡ ନଂ ୧ ଭବାନୀ ଶଙ୍କର ନାୟକ, ୨ ସାମ୍ବାଦିକ ତଥା କାଉନସିଲର ଭାସ୍କର ବେହେରା, ୩ କେ. ପ୍ରମୋଦ କୁମାର ଆଚାରି, ୯. ଲିଙ୍ଗରାଜ ବେହେରା, ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର, ବିପ୍ର ବେହେରା କାହ୍ନୁ ଚରଣ ତ୍ରୀପାଠୀ, ରଞ୍ଜନ ବେହେରା, ଲୋକନାଥ ବେହେରାଙ୍କ ସମେତ ପୁରୁଷୋତ୍ତମପୁର ସହରର ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମାଆଙ୍କ ଆଶୀର୍ବାଦ ନେଇଥିଲେ ।

ଏହା ପରେ ସନ୍ଧ୍ୟା ଆଠ ଘଣ୍ଟ ପରେ ବାଣ ଯାତ୍ରା ପାଇଁ ବିରାଟ ପାଟ ପଟୁଆରରେ ହାଇସ୍କୁଲ ପଡିଆକୁ ଯାଇ ସେଠାରେ ବିଭିନ୍ନ ପ୍ରକାର ବାଣ ଯାତ୍ରା ଦେଖି ଥିଲେ | ଏହି ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଲୋକ ସମବେତ ହୋଇଥିଲେ । ରାତ୍ରିରେ ବାଣ ଯାତ୍ରା ସରିବା ପରେ ପଞ୍ଚ ଠାକୁରାଣୀ ପୁଣି ନଗର ପରିଭ୍ରମଣ କରି ନିଜ, ନିଜର ଶାଶୁ ଘରକୁ ଫେରିବା ବେଳର ଦୃଶ୍ୟ ସମସ୍ତ ଙ୍କ ଆଖିରେ ଏବଂ ମାଆଙ୍କ ଆଖିରେ ଲୁହ ଭରି ଦେଇଥିଲା | ତାର କାରଣ ଶାଶୂଘରୁ ବାପ ଘରକୁ ଆସି ରହିଥିବା ଓ ସବୁ ସାହିକି ବୁଲି ଯିବା ରେ ଯେଉଁ ଆନନ୍ଦ ତାହା କୁ ପଞ୍ଚ ଠାକୁରାଣୀ ଏବଂ ଜନ ସାଧାରଣ, ଭକ୍ତମାନେ ପାସୋରି ପାରୁ ନଥିଲେ |

ପାହାନ୍ତିଆ ସମୟରେ ପଞ୍ଚ ଠାକୁରାଣୀ ନିଜ ନିଜ ସ୍ଥାୟୀ ମନ୍ଦିର ତଥା ଶାଶୁ ଘରକୁ ଫେରି ଯାଇଥିଲେ‌ । ଶେଷରେ ରାତି ସାରା ପଞ୍ଚ ଠାକୁରାଣୀଙ୍କ ସାଙ୍ଗରେ ବୁଲୁଥିବା ଭକ୍ତ ମାନେ ନିଜ ନିଜ ଘରକୁ ଦୁଃଖ ମନରେ, ଲୁହ ଭିଜା ଆଖିରେ ଫେରି ଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.