ମାୟାଦେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ବଦ୍ରୀନାଥ ପରିବାରରେ ସ୍ବର୍ଗତଃ ପୂର୍ଣଚନ୍ଦ୍ର ପଣ୍ଡାଙ୍କ ଧର୍ମପତ୍ନୀ ସ୍ବର୍ଗତା ମାୟାଦେବୀ ପଣ୍ଡାଙ୍କ ଏକାଦଶାହ ଅବସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ପରିବାରର ମୁଖିଆ ପରମାନନ୍ଦ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୁଦେଷ୍ଣା ପଣ୍ଡା ପରିଚାଳନା କରିଥିବାବେଳେ ସଂଯୋଜନା କରିଥିଲେ ଭବାନୀ ଶଙ୍କର ପଣ୍ଡା। ଭଜନ ପରିବେଷଣ କରିଥିଲେ ରଂଜିତା ପଣ୍ଡା। ବଦ୍ରୀନାଥ ପରିବାରର ଏବଂ ବନ୍ଧୁ ବର୍ଗରୁ ପ୍ରାୟ ୪୦ରୁ ଅଧିକ ସଦସ୍ଯ ଯୋଗଦାନ କରିଥିଲେ। ଅନିଲ ପଣ୍ଡା, ଶଶାଙ୍କ ପଣ୍ଡା, ଗୋପବନ୍ଧୁ ପଣ୍ଡା, ରାଜ ପଣ୍ଡା ଏବଂ ପରିବାରବର୍ଗର ସମସ୍ତ ସଦସ୍ଯ ସଦସ୍ୟା ମାନେ ସ୍ମୁତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରେମ ନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିବା ସହ ଶେଷ ସମୟରେ ସେବା କରିଥିବା ଦୁଇ ବୋହୂ କମଳ, ଅର୍ଚ୍ଚନା, ସାନପୁଅ ଶଶାଙ୍କ, ଝିଅ ପ୍ରମିଳା ଉର୍ମିଳା ଓ ନିର୍ମଲାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.