ଶ୍ରମିକ ସଶକ୍ତିକରଣ ପାଇଁ ନବରଙ୍ଗପୁରରେ ଶ୍ରମ ବାହିନୀ ଜିଲ୍ଲା କମିଟି ଗଠନ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଶ୍ରମ ବାହିନୀ ସଂଗଠନର ଜିଲ୍ଲା ସ୍ତରୀୟ କମିଟି ଗଠନ ସଭା ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ୍ ଅଧୀନ ନୁଆଗୁଡ଼ା ଗ୍ରାମରେ ଆୟୋଜିତ ହୋଇଯାଇଛି। ରାଜ୍ୟ ଶ୍ରମ ବାହିନୀ ସଂଗଠନର ଉପ ସଭାପତି ଉପେନ୍ଦ୍ର ବଗର୍ତି ସଭା ପରିଚାଳନା କରିଥିଲେ। ବନ୍ଧିତ ଶ୍ରମିକ ଭାବରେ ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ନେଇ ଗଠନ ହୋଉଥିବା ଏହି ସଂଗଠନରେ ୪୦୦୦ ରୁ ଉର୍ଧ ସଦସ୍ୟ ଜଡିତ ଅଛନ୍ତି ବୋଲି ରାଜ୍ୟ ଶ୍ରମ ବାହିନୀ ସଂଗଠନର ଉପ ସଭାପତି ଉପେନ୍ଦ୍ର ବଗର୍ତି ନିଜର ମନ୍ତବ୍ୟ ଦେଇଥିଲେ। ଏହି ସଭାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ଶ୍ରମ ବାହିନୀଙ୍କ ଆଧିକାରିକ କମିଟି ଗଠନ କରିବା ଓ ସଦସ୍ୟମାନଙ୍କୁ ସଂଗଠନର ଦୃଷ୍ଟିକୋଣ, ମିଶନ୍, କାର୍ଯ୍ୟଭୂମି ଓ ଦାୟିତ୍ୱ ସମ୍ପର୍କରେ ସୁବିସ୍ତାର ଜାଣିବାର ସୁଯୋଗ ପ୍ରଦାନ କରିବା। ସଭାରେ ୨୨ ଜଣ ସଦସ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଶ୍ରମ ବାହିନୀ ପକ୍ଷରୁ ଦିଆଯାଇଥିବା ନେତୃତ୍ୱରେ ଭବିଷ୍ୟତ କାର୍ଯ୍ୟପଦ୍ଧତି, ସହଯୋଗମୂଳକ ପଦକ୍ଷେପ ଓ ସ୍ୱୟଂଶକ୍ତିକରଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଉକ୍ତ ସଭାରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ କମିଟିର ସଭାପତି ଭାବରେ ବିଦେଶୀ ମଙ୍ଗଳି, ସମ୍ପାଦକ ଭାବରେ ଚମରୁ ମଝି ଓ କୋଷାଧ୍ୟକ୍ଷ ଭାବରେ ବାସୁଦେବ ଗୌଡ଼ଙ୍କୁ ଚୟନ କରାଯାଇଥିଲା। ସଭା ଶେଷରେ ଅଂଶଗ୍ରହଣକାରୀମାନେ ସଙ୍କଳ୍ପ କଲେ ଯେ, ସଂଗଠନର ଲକ୍ଷ୍ୟ ଓ କାର୍ଯ୍ୟଧାରାକୁ ଗ୍ରାମ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ପହଞ୍ଚାଇବେ ଏବଂ ଶ୍ରମିକମାନଙ୍କ ଅଧିକାର ସୁରକ୍ଷା ପାଇଁ ସତତାର ସହିତ ପ୍ରୟାସ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.