ଭୁବନେଶ୍ୱର ଚେତନା ଅନୁଷ୍ଠାନରେ ପୁନଃ ଆରମ୍ଭ ହେଲା ଇଗ୍ନୋ ଷ୍ଟଡି ସେଣ୍ଟର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୋ) ର ଅଧୀନରେ ଭୁବନେଶ୍ୱରରେ ଥିବା ଚେତନା କଲେଜ୍ ଅଫ୍ ସ୍ପେଶାଲ୍ ଏଡୁକେସନ୍‌ରେ ଇଗନୋ ଷ୍ଟଡି ସେଣ୍ଟର୍ ରୁପରେ ପାଠ୍ୟକ୍ରମ ଆରମ୍ଭ ହୋଇଯାଇଅଛି। ଏଠାରେ ଶିକ୍ଷା, ସାମାଜିକ କାର୍ଯ୍ୟ, ମାନସିକ ସ୍ୱାସ୍ଥ୍ୟ, କାଉନସେଲିଂ ଓ ଫାମିଲି ଥେରାପି ସ‌ହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷା ଦିଆଯାଉଛି। ଏହି ପାଠ୍ୟକ୍ରମଗୁଡ଼ିକ ଅଧାରୁ ପାଠ ଛାଡିଥିବା କିମ୍ବା କୌଣସି କାରଣରୁ ଉଚ୍ଚ ଶିକ୍ଷାରୁ ବଂଚିତ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ମୂଲ୍ୟବାନ ଅବସର ହେବା ସହିତ ବିଶେଷ କରି ସେମାନଙ୍କ ପାଇଁ ଉପଯୋଗୀ ଯେଉଁମାନେ ଘରେ ବସି ଅନଲାଇନ୍ ମାଧ୍ୟମରେ ଗୁଣବତ୍ତାମୂଳକ ଶିକ୍ଷା ଅଧିଗ୍ରହଣ କରିବାକୁ ଚାହାଁନ୍ତି। ଏହି କୋର୍ସମାନେ ଦୂର ଅଞ୍ଚଳର ଛାତ୍ରଛାତ୍ରୀ, ଚାକିରୀରତ ବ୍ୟକ୍ତି ଓ ବୈକଳ୍ୟ ଜନିତ ବ୍ୟକ୍ତିମାନଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ ଅଟେ। ଇଚ୍ଛୁକ ଶିକ୍ଷାର୍ଥୀମାନେ http://ignouadmission.samarth.edu.in ଲିଙ୍କ ଦ୍ୱାରା ଅନଲାଇନ୍ ଆବେଦନ କରିପାରିବେ। ଏବଂ ଶିକ୍ଷା ଗ୍ରହଣ କରିବାକୁ ଇଛୁକ ଥିବା ବ୍ୟକ୍ତିବିଶେଷମାନେ ଭୁବନେଶ୍ୱର ଜନତା ମୈଦାନ ପଛ ପାର୍ଶ୍ୱରେ ଥିବା ଚେତନା କଲେଜ୍ ଅଫ୍ ସ୍ପେଶାଲ୍ ଏଡୁକେସନକୁ ଯୋଗାଯୋଗ କରି ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ବୋଲି ଡ଼ଃ ବିନୟ ଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.