ଜଗଦାନନ୍ଦଜୀଙ୍କ ଦିବ୍ୟ ସତସଙ୍ଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ସଦଗୁରୁଦେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ମୂଖ୍ୟ ଆଶ୍ରମ କଲମପୁର ଠାରେ କାଳୀକୃଷ୍ଣ ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦଜୀ ଦ୍ବାରା ଦିବ୍ୟ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏକ ମାସ ବ୍ୟାପି ପବିତ୍ର ଶ୍ରାବଣ ମାସରେ ମହାରୁଦ୍ରାଭିଷେକ ଆୟୋଜିତ ହୋଇଥିଲା। ମହାରୁଦ୍ରାଭିଷେକର ପୂର୍ଣ୍ଣାହୁତିରେ କାର୍ଯ୍ୟକ୍ରମରେ ଯୋଗଦାନ କରି ଜଗଦାନନ୍ଦଜୀ କହିଥିଲେ: “ଭଗବାନଙ୍କୁ ଅନୁଭବ କରିବାକୁ ହେଲେ ଅନନ୍ୟ ସମର୍ପଣ ଆବଶ୍ୟକ ରହିଛି। ଶ୍ରଦ୍ଧା, ଭକ୍ତିରେ ପୂଜାର୍ଚ୍ଚନା ସହିତ ପରିବେଶ ସୁରକ୍ଷା ପାଇଁ ଅନବରତ କାର୍ଯ୍ୟ କରିବାକୁ ପଡିବ। ସୃଷ୍ଟି ରହିଲେ ଆମେ ରହିବା ଓ ଭଗବଦ୍ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇପାରିବ”। ଏହି ଏକ ମାସ ବ୍ୟାପି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବରେ ହରେକୃଷ୍ଣ ପାଣ୍ଡେ କାର୍ଯ୍ୟରତ ଥିବାବେଳେ ବିଭିନ୍ନ ଅଞ୍ଚଳର କାଳୀକୃଷ୍ଣ ଭକ୍ତବୃନ୍ଦ ଓ ଶୁଭେଚ୍ଛୁ ମାନେ ବ୍ରତୀ ଭାବରେ ରହିଥିଲେ। କାଳୀକୃଷ୍ଣ ସଂଘର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ବ୍ରତୀମାନଙ୍କୁ ଉତ୍ସାହିତ କରିଥିଲେ। ରୁଦ୍ରାଭିଷେକ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.