ବିକାଶ ଠାରୁ ବହୁତ ଦୂରରେ ଆଦିବାସୀ

ଧରପଗଡରେ ଆଦିବାସୀ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ସଇତଲ ବ୍ଲକ ଧରପଗଡ଼ ପଂଚାୟତ ଗୋଇଲଭାଡ଼ି ଧାରିଣୀ ପୀଠରୁ ଆଦିବାସୀ ସଙ୍ଘ ତରଫରୁ ଆଦିବାସୀ ପାରମ୍ପରିକ ବାଜା, ନାଚ, ଗୀତ, ସହ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ଏହା ପରେ ଆଦିବାସୀ କଲ୍ୟାଣ ମଣ୍ଡପ ଠାରେ ଆଦିମ ଦେବାଦେବିଙ୍କୁ ପୂଜା ଅର୍ଚନା କରି ଆଦିବାସୀ ମାନଙ୍କ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶୁଭ ଛତ୍ରିଆ। ଉକ୍ତ ଆଲୋଚନା ଚକ୍ରରେ ସଇତଲା ବ୍ଲକ ସମ୍ପାଦକ ଧଳୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବେଲପତା ବ୍ଲକର ଉପ ସଭାପତି ଶ୍ରୀ ଧନିରାମ ମିର୍ଧା, ସମ୍ମାନିତ ଅତିଥି ଭାବେ ପୁଷ୍ପାଞ୍ଜିଳି କୁଆଁର, ଜଗନ୍ନାଥ ମାଝୀ, ପଦ୍ମ ଭୋଇ, ଶୁଭୁଦ୍ଧି ପାତ୍ର ମୋତିରାମ ଭୋଇ, ସୋମନାଥ ମାଝୀ, ଅଶ୍ବନୀ ଭାଗିରଥ ବେଷ୍କର, ପ୍ରମୋଦ ଭୋଇ, ଶଙ୍କର ଭୋଇ, ତୁଳସୀ ଭୋଇ, ଗିରିଧାରୀ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ବିକାଶ ଠାରୁ ଆଦିବାସୀ ବହୁତ ଦୂରରେ ତେଣୁ ଉତ୍ଥାନ ଜରୁରୀ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି। ଏହି ସମାବେଶରେ ଶହଶ୍ରାଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.