କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ କରାଯାଇଛି। ଆୟୋଜିତ ସଭା କାର୍ଯ୍ୟରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ଯୁବକ ସଂଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସୋମନାଥ ସାହୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ କମିଟିର ସଭାପତି ଭାବେ ହେମନ୍ତ ସାହୁ, ଉପସଭାପତି କବିରାଜ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, ଯୁଗ୍ମ ସମ୍ପାଦିକା ରେଖାଞ୍ଜଳି ସାହୁ,କୋଷାଧକ୍ଷ ହରପ୍ରସାଦ ସାହୁ,ସାଂସ୍କୃତିକ ସମ୍ପାଦକ ଆକାଶ ସାହୁ, କ୍ରୀଡା ସମ୍ପାଦକ ପ୍ରେମଚାନ୍ଦ ସାହୁ, ସାମାଜିକ ଗଣମାଧ୍ୟମ ପରିଚାଳକ ଚୁମନେଶ୍ଵର ସାହୁ, ପରିବେଶ ବିଭାଗ ସରୋଜ ସାହୁ, ନିବେଦିତା ପ୍ରିୟ ଦର୍ଶିନୀ ସାହୁ, ବୀଣାପାଣି ସାହୁ, ଉମାକାନ୍ତି ସାହୁ, ଉପଦେଷ୍ଟା କମିଟି ସଭ୍ୟ ତଥା କଳାରୁଦ୍ର ଯୁବକ ସଙ୍ଘର ପୂର୍ବତନ ସଭାପତି ଶ୍ରୀ ସୋମନାଥ ସାହୁ ଗୌନ୍ତିଆ କୈଳାଶ ସାହୁ, ୱାର୍ଡ ସଭ୍ୟ ଡମ୍ବରୁ ସାହୁ, ସୁଶାନ୍ତ ସାହୁ, ଜଗନ୍ନାଥ ସାହୁ, ଈଶ୍ୱର ସାହୁ ସ୍ବେଛାସେବୀ ସନତ କୁମାର ସାହୁ, ତ୍ରିଲୋଚନ ସାହୁ, କଲ୍ୟାଣୀ ସାହୁ ଉପସ୍ଥିତ ରହି କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ କରିଥିଲେ! ଯୁବ ଅନୁଷ୍ଠାନ ର ଦାୟିତ୍ୱ ଓ କାର୍ଯ୍ୟକଳାପ ଉପରେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବେଛାସେବୀ ଶ୍ରୀ ସାହୁ ବୁଝାଇ କହିଥିଲେ। ଶେଷରେ ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.