ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବା ଘଟଣା: ମନ୍ଦିର ସୁରକ୍ଷା ମଞ୍ଚ ଓ ଗ୍ରାମବାସୀଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ସଭାଗୃହ ପରିସରରେ ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ସମ୍ପୂର୍ଣ୍ଣ ତଥ୍ୟ ଦେବା ଘଟଣାକୁ ନେଇ ମନ୍ଦିର ସୁରକ୍ଷା ମଞ୍ଚ ଓ ଗ୍ରାମବାସୀଙ୍କୁ ନେଇ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲିଗୁଡ଼ା ସହରର ୧୩ ଟି ଓ୍ବାର୍ଡର ଜନସାଧାରଣଙ୍କ ସମେତ ସମସ୍ତ କାଉନସିଲର, ବୁଦ୍ଧିଜୀବୀ, ସହରର ବ୍ୟବସାୟୀଙ୍କ ସମେତ ମା’ ପାଟ୍ଟଖଣ୍ଡା ମାର୍କେଟ କମ୍ପ୍ଲେକ୍ସର ସମସ୍ତ ବ୍ୟବସାୟୀ, ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ସଦସ୍ୟ ଉପସ୍ଥିତ ଥିଲେ । ମା’ଙ୍କ ଦୈନିକ ନିତିର ସୁପରିଚାଳନା ସହ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଏବଂ ଆୟବ୍ୟୟର ସମସ୍ତ ତଥ୍ୟ ଯଥାଶୀଘ୍ର ସାର୍ବଜନୀନ ଭାବେ ପ୍ରକାଶ କରିବା ସହ ତାହାର ରକ୍ଷଣା ବେକ୍ଷଣ କିଭଳି ହୋଇପାରିବ ସେନେଇ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜୁନ ୧୦ ତାରିଖ ଦିନ ବାଲିଗୁଡ଼ା ଗ୍ରାମ୍ୟ କମିଟି ପକ୍ଷରୁ ଏକ ସାଧାରଣ ବୈଠକ କରାଯାଇ ମନ୍ଦିର ସୁରକ୍ଷା ମଞ୍ଚ ନାମରେ ଏକ ଦଶ ଜଣିଆ କମିଟି ମଧ୍ୟ ଗଠନ କରାଯାଇ ମଞ୍ଚ ଓ ଗ୍ରାମବାସୀଙ୍କ ତରଫରୁ ମନ୍ଦିର ପରିଚାଳନା କମିଟି କୁ ଗତ ୧୦ ବର୍ଷ ମଧ୍ୟରେ ମା’ ପାଟ୍ଟଖଣ୍ଡା ଙ୍କ ସମ୍ପତ୍ତି କ’ଣ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି, ମା’ଙ୍କ ନିକଟକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ମାନେ କେତେ ,ସୁନା ରୁପା, ଟଙ୍କା ଦାନ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେବା ପାଇଁ ଲିଖିତ ଭାବେ ଦେବାର ଦୁଇମାସ ବିତିଯାଇଥିଲେ ମଧ୍ୟ କମିଟି କୌଣସି ପ୍ରକାରେ ସର୍ବସାଧାରଣ ବୈଠକ ନ ଡାକିବା ସହ ଏହି ବୈଠକ ରେ ଅନୁପସ୍ଥିତ ରହିବାରୁ ଆଜି ବୁଧବାର ବାଧ୍ୟ ହୋଇ ମନ୍ଦିର ସୁରକ୍ଷା ମଞ୍ଚ ଓ ଗ୍ରାମବାସୀ ଙ୍କ ତରଫରୁ ବୈଠକ ଡକାଯାଇଥିଲା l ଏହି ବୈଠକରେ ଗତ ୧୦ ବର୍ଷ ର ସଠିକ ଆୟ ବ୍ୟୟ ଆସନ୍ତା ୭ ଦିନ ମଧ୍ୟରେ ସାର୍ବଜନୀନ ନ କଲେ ମଞ୍ଚ ଓ ଗ୍ରାମବାସୀ ମାନେ ମିଳିତ ଭାବେ ଆଇନ ର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଆଲୋଚନା କରିବା ସହ କମିଟି ର ଅନୁପସ୍ଥିତ ଯୋଗୁଁ ନୂତନ କମିଟି ଗଠନ କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ଖୁବ ଶିଘ୍ର କରାଯିବ ବୋଲି ମଞ୍ଚ ତରଫରୁ କୁହାଯାଇଛି l ମା’ ଙ୍କ ନିତି ନିୟମ ସୁରୁଖୁରୁରେ ହେବା ସହ ମା’ଙ୍କ ସମ୍ପତ୍ତି ସୁରକ୍ଷିତ ରହିବା ନିହାତି ଆବଶ୍ୟକ ବୋଲି ସମସ୍ତ ଜନସାଧାରଣ ଏଥିରେ ମତପ୍ରକାଶ କରିଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.