ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ହାଟମୁନିଗୁଡା ପଞ୍ଚାୟତ ଅଧିନସ୍ତ ଘଣ୍ଟିଖାଲ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଘଣ୍ଟିଖାଲ ଅଙ୍ଗନୱାଡି କେନ୍ଦ୍ରରେ ଓଲଟା ଉଡିଛି ତ୍ରୀରଙ୍ଗା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ ଏହି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଗତକାଲି ପତାକା ଉତ୍ତୋଳନ କରିଥିଲେ ସତ କିନ୍ତୁ ଏହା ଓଲଟା ବାନ୍ଧିଥିଲେ। ପୁଣି ଏହା ଆଜି ୧୬ ତାରିଖ ସକାଳ ପର୍ଯ୍ୟନ୍ତ ଖୋଲି ନାହାନ୍ତି। ଏହାର ନିରପେକ୍ଷ ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।





