ରୁପ୍ରାରୋଡରେ ଜମକିଲା ନୂଆଖାଇ ହାଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବର୍ଷକୁ ଥରେ ଆସିଛି ନୂଆଖାଇ। ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇକୁ ନେଇ ଉତ୍ସବମୁଖର ହୋଇଉଠିଛି ଗ୍ରାମ୍ୟ ପରିବେଶ। କଳାହାଣ୍ଡିରେ ଗୁରୁବାର ନୂଆଖାଇ ପାଳିତ ହେବାକୁ ଥିବାବେଳେ ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ ଦଶମୀ ତିଥିରେ ନବାନ୍ନ ଭକ୍ଷଣ କରିବେ। ନର୍ଲା ବ୍ଳକବାସୀ ପଞ୍ଚମୀ ତିଥିରେ ନୂଆ ଖାଉଥିବାରୁ, ଆଜି ହେଉଛି ସେମାନଙ୍କ ‘ଉପାସ୍ ଦିନ୍’। ତେଣୁ ବୁଧବାର ରୁପ୍ରାରୋଡ ସାପ୍ତାହିକ ହାଟ ନୂଆଖାଇକୁ ନେଇ ମୁଖରିତ ହୋଇଉଠିଛି। ଲୋକେ ହାଟରୁ ନୂଆ ଧାନ, ନୂଆ ଚୁଡା, ହାଣ୍ଡି ସରେଇ, କୁଲା, ଝାଡୁ ସହ ପନିପରିବା ଓ ସଉଦାପତ୍ର କିଣୁଥିବା ଦେଖିବାକୁ ମିଳିଛି। ନୂଆଖାଇ ହାଟର ସ୍ବତନ୍ତ୍ରତା ଯୋଗୁଁ ପ୍ରବଳ ଭିଡ଼ ଲାଗି ରହିଥିଲା। ତେବେ ରାସ୍ତା ଉପରେ ରୁପ୍ରାରୋଡ ସାପ୍ତାହିକ ହାଟ ବସୁଥିବାରୁ ଟ୍ରାଫିକ ସମସ୍ୟା ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.