ସୁସ୍ଥ ରହିବାର ପରମ୍ପରା ‘ରୁଗୀବଲା’

ନିଲେଶ କୁମାର ନାଗ 

କଳାହାଣ୍ଡିର ନୂଆଖାଇ ପ୍ରାଚୀନ କାଳରୁ ଅନୁସୃତ କେତେକ ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ। ନୂଆଖାଇର କିଛି ଦିନ ପୂର୍ବରୁ ଗ୍ରାମରେ ରୁଗୀବଲା ଅନୁଷ୍ଠିତ ହୋଇଥାଏ। ଗ୍ରାମରୁ ରୋଗ ବଇରାଗ ଦୂର କରି ସମସ୍ତେ ସୁସ୍ଥ ସବଳ ହୋଇ ନୂଆ ଖାଇବାର ମାନସିକତା ନେଇ ଆଦିମ ଆଦିବାସୀ ସମାଜ ଏହି ବିଧାନ ଆରମ୍ଭ କରିଥିଲା। ରୁଗୀବଲା ଦିନ ଗାଁର ସମସ୍ତ ପରିବାର ଖପରରେ ଜଳନ୍ତା ଅଙ୍ଗାର ରଖି ତା’ ଉପରେ ଝୁଣା ପକାଇ ଘରୁ ଗ୍ରାମର ମଧ୍ୟସ୍ଥଳକୁ ଆଣିଥାନ୍ତି। ଗାଁର ଜାନୀ, ଝାଙ୍କର ଓ ଗଣା ରୁଗୀବଲା ସାମଗ୍ରୀ ଧରି ଖଇ ବିଞ୍ଝି ବିଞ୍ଝି ଗ୍ରାମରୁ ଦୁଷ୍ଟ ଶକ୍ତି ବାହାରି ଯିବାକୁ ନିର୍ଦ୍ଦେଶ କରିଥାନ୍ତି। ଗ୍ରାମ ଶେଷମୁଣ୍ଡରେ ସେମାନେ ମଦ, କୁକୁଡ଼ା ଆଦି ଦେଇ ପୂଜାର୍ଚ୍ଚନା କରି ରୋଗ ବଇରାଗ ଦୂର କରିବାକୁ ଗାଁର ଦେବୀ ଦେବତାଙ୍କୁ ପ୍ରାର୍ଥନା କରିଥାନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.