ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ; ଡିଜେ ଉପରେ ଲାଗିଲା ରୋକ୍

ବାଲେଶ୍ଵର ଜିଲ୍ଲାପାଳଙ୍କ ଐତିହାସିକ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଵଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହେଇଥିବା ଆଲୋଚନା ଅନୁସାରେ ଏହି ଗଣେଶ ପୂଜାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ରବିବାର ଏଵଂ ସୋମବାର ହେବାକୁ ଥିବା ଭସାଣି କାର୍ଯ୍ୟକ୍ରମରେ କୌଣସି ଡିଜେ ବାଜିବ ନାହିଁ ଏବଂ ଯେଉଁ ଡିଜେ ମାଲିକ, ମଣ୍ଡପ ଅଥବା କ୍ଲବ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଏହାଛଡା ଡିଜେ ଗାଡ଼ି ଓ ମାଇକ ଓ ଅନ୍ୟାନ୍ୟ ଉପକରଣ ସିଜ୍ କରାଯିବ ଏବଂ ସେ ସଂସ୍ଥାକୁ ବ୍ଲାକଲିଷ୍ଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହେଇଛି। ଏଠାରେ ସୂଚନଯୋଗ୍ୟ ଯେ, ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭସାଣୀ ଶେଷ ହେଇଛି। ଏହି ଭସାଣୀ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦ୍ୱିତୀୟ ଗେଟ୍ ଠାରେ ବହୁତ ଜୋର୍ ରେ ଡ଼ିଜେ ବାଜିଥିଲା ଯାହା ଫଳରେ ରୋଗୀମାନେ ଅସୁବିଧାରେପଡିଥିଲେ। ଏହା ଛଡା ରାସ୍ତାରେ ଯାଉଥିବା ସାଧାରଣ ଲୋକେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଇଥିଲେ। ଅନ୍ୟପଟେ ମେଡ଼ିକାଲ ଲେନ୍ ସାଇଲେନ୍ସ ଜୋନ୍ ହୋଇଥିଲେ ହେଁ କିପରି ଭାବେ ଏତେ ଜୋରରେ ଡିଜେ ବାଜୁଥିଲା ତାହାକୁ ନେଇ ସହରବାସୀ ବିରୋଧ କରିଥିଲେ। ଆଜି ଏ ବୈଠକ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି ଯେ ଭଷାଣି ବେଳେ ଡିଜେ ବାଜିବ ନାହିଁ। ଏହି ନିଷ୍ପତ୍ତି ସାଧାରଣରେ ବେଶ୍ ଆନନ୍ଦ ଖେଳାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.