ଭାନପୁର ପଞ୍ଚାୟତରେ ରାଜ୍ୟ ସରପଞ୍ଚ ସଂଘ ସଭାପତିଙ୍କ ନୂଆଖାଇ ଭେଟ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଅଗଷ୍ଟ ୨୮ ରେ ସଂପନ୍ନ ହୋଇଛି। ନୂଆଖାଇ ପରେ ବନ୍ଧୁ ବାନ୍ଧବ, ଭାଇ ଭାଇ, ମୈତ୍ର ଓ ଆପଣାର ଲୋକ ମାନଙ୍କ ମଧ୍ୟରେ ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ ଅନୁଷ୍ଠିତ ହେଇଥାଏ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ଅଫିସକୁ ଆସି ପହଞ୍ଚିଲେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ ଓ ରାଜ୍ୟ ସାଧାରଣ ସମ୍ପାଦକ ତପନ କୁମାର ଚକ୍ରବର୍ତ୍ତୀ। ତାଙ୍କ ସହ ଆସି ନୂଆଖାଇ ଭେଟ ବନ୍ଧୁ ମିଳନରେ ସାମିଲ ହୋଇଥିଲେ ପୂର୍ବ ଓଡ଼ିଶାରୁ ଆସିଥିବା ଧିରେନ୍ ସାମନ୍ତସିଂହାର, ଧିରେନ ଭାରିମଲ, ସୁମନ୍ତ ମାର୍ଥା ପ୍ରମୁଖ। ରାଜ୍ୟ ସଭାପତି ଓ ସମ୍ପଦକ ଭାନପୁରରେ ପହଞ୍ଚିବା ପରେ ତାଙ୍କୁ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ ଓ ସେରଗଡ ସରପଞ୍ଚ ରାହୁଲ ସାହୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି କାର୍ଯ୍ୟାଳୟର ସମ୍ମେଳନ କକ୍ଷ ମଧ୍ୟକୁ ପାଛୋଟି ନେଇଥିଲେ। ଗ୍ରାମ ପଞ୍ଚାୟତ ଅଫିସରେ ନୂଆଖାଇ ଭେଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଶ୍ରୀ ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଏଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳିଥାଏ। ଆମର ସୌଭାଗ୍ୟ ଯେ ମୋ ପଞ୍ଚାୟତ ଅଫିସରେ ନୂଆଖାଇ ଭେଟ କରିବା ପାଇଁ ଆସି ପହଞ୍ଚିଛନ୍ତି ରାଜ୍ୟ ସଭାପତି ଓ ସମ୍ପାଦକ ବୋଲି ଶ୍ରୀ ମାଝୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.