ଗୁରୁଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି:  ପବିତ୍ର ଗୁରୁ ଦିବସ ଉପଲକ୍ଷେ ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନ ଓ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ମୁଖ୍ୟ ଅତିଥି ଡ଼ଃ ଦିବ୍ୟାଶୁ କୁମାର ପାଣିଗ୍ରାହୀ,  ସଂମ୍ମାନିତ ଅତିଥି ଭାବେ ଅଶୋକ କୁମାର ସ୍ୱାଇଁ, ସୁମନ୍ତ ଚନ୍ଦ୍ର ସାହୁ ଶିବିରକୁ ଉଦଘାଟନ କରିଥିଲେ।‌ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଧରଣୀଧର ସେଠୀ ଓ ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ ଶିବିର ରୁ ପ୍ରାୟେ ୩୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଗୃହୀତ ହୋଇଥିଲା।‌ ରେଡ଼କ୍ରସ ର କର୍ମକର୍ତ୍ତା ମାନେ ରକ୍ତ ସଂଗ୍ରହ କରିଥିଲେ। ପ୍ରତିଷ୍ଠାତା ଲଷ୍ମୀପ୍ରିୟା ସେଠୀ, ଶିକ୍ଷକ ବୃନ୍ଦ ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠୀ, ରବୀନ୍ଦ୍ର ନାଥ ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ଦାଶ, ଜଗଦୀଶ ରାଉତ, ନିରଞ୍ଜନ ପଣ୍ଡା, ରାଜେଶ ମହାରଣା, ନୃସିଂହ ପାଣି, ଦେବବ୍ରତ ସାହୁ, ସୁମନ ସେଠୀ, ଆଶ୍ୱାସିନୀ ସେଠୀ, ସ୍ଵାତି ସାଗରୀକା ସ୍ୱାଇଁ ଗୁରୁମାନେ ସହଯୋଗ କରିଥିଲେ। ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ସମାଜସେବୀ ସରିତ ମହାପାତ୍ର, ଶିକ୍ଷୟତ୍ରୀ ନିରୁପମା ରାଉତ, ସମାଜସେବୀ ବେଣୁଧର ସ୍ୱାଇଁ, ସଫଳ ଉଦ୍ୟୋଗୀ ମାନସୀ ଓଝା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଖେଣ୍ଟାଳୋ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଶିବିର ପରିଚାଳନା କରିବା ସହ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.