ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଗୁରୁ ଦିବସ ଅବସରରେ କଳାହାଣ୍ଡି ଜିଳ୍ଲାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ର ସମୁଦାୟ ୩୬ ଜଣ ଶିକ୍ଷକଙ୍କୁ ଚଳିତ ବର୍ଷ ୨୦୨୫/୨୬ ରେ ଉତ୍ତମ ଶିକ୍ଷକ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୬ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି। ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲ ର ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଗଣିତ ଶିକ୍ଷକ ବସନ୍ତ କୁମାର ସାମନ୍ତରାୟ ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷକ ସନ୍ତୋଷାନନ୍ଦ ନାୟକଙ୍କୁ ଆଜି ପବିତ୍ର ଗୁରୁଦିବସ ଅବସରରେ ଜିଲ୍ଲା ସଦର ମହକୁମା ଭବାନୀପାଟଣା ର ଜିଲ୍ଲା ପରିଷଦ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସମାରୋହରେ ଅତିଥି ବୃନ୍ଦ ମାନପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ବସନ୍ତ କୁମାର ସାମନ୍ତରାୟ ଓ ସନ୍ତୋଷାନନ୍ଦ ନାୟକ ନିଜର କାର୍ଯ୍ୟ ଦକ୍ଷତା ବଳରେ ଜଣେ ଉତ୍ତମ ଶିକ୍ଷକ ଭାବରେ ବ୍ଲକ ଓ ଜିଲ୍ଲା ସ୍ତରରେ ଆଗରୁ ଅନେକ ପୁରସ୍କାର ପାଇ ସାରିଛନ୍ତି। ଆଜି ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଭବାନୀପାଟଣା ର ଜିଲ୍ଲା ପରିଷଦ ସମ୍ମେଳନ କକ୍ଷରେ ଆୟୋଜିତ। ଗୁରୁଦିବସ ସମାରୋହରେ ମୁଖ୍ୟ ଅତି ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ, ଜିଲ୍ଲା ଶିକ୍ଷା ଶିକ୍ଷା ଅଧୂକାରୀ ରାଧାକାନ୍ତ ଛତ୍ରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶୁଭଲକ୍ଷ୍ମୀ ନାୟକ, ପବିତ୍ର ମୋହନ ସାହୁ ଓ ହେମସାଗର ମହାନନ୍ଦ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ, ଶିକ୍ଷାବିତ୍ ଜଗବନ୍ଧୁ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଗୁରୁଦିବସ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉପରେ ଵକ୍ତବ୍ୟ ପ୍ରଦାନ କରିଥିଲେ। ଇତ୍ୟବସରରେ ଜିଲ୍ଲାର ୩୬ ଜଣ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ନର୍ଲା ବ୍ଲକ ର ଘଣ୍ଟ ମାଳ ବିଘ୍ନେଶ୍ୱର ହାଇସ୍କୁଲର ଗଣିତ ଶିକ୍ଷକ ବସନ୍ତ କୁମାର ସାମନ୍ତରାୟ, ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟର ସନ୍ତୋଷାନନ୍ଦ ନାୟକଙ୍କ ସମେତ,ନର୍ଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ସର୍ମିତା ସେଠୀ ଓ ପ୍ରଶାନ୍ତ ସାହୁ, ରୁପ୍ରାରୋଡ୍ ଉଚ୍ଚ ବିଦ୍ୟାଳୟର ରାକେଶ ସାହୁ, ରୁପ୍ରାରୋଡ୍ ରୋଡ୍ ଉ.ପ୍ରା ବିଦ୍ୟାଳୟର ଅନୀଲ ପ୍ରସାଦ ସାହୁ ପ୍ରମୁଖ ନ କର୍ଲା ବ୍ଲକ ର ୫ ଗୋଟି ବିଦ୍ୟାଳୟର ୬ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ନର୍ଲା ବ୍ଲକ ର ଉପରୋକ୍ତ ଶିକ୍ଷକ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।





