ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ ପ୍ରତି ତିନି ବର୍ଷରେ ଥରେ ନୂତନ କର୍ମକର୍ତ୍ତା ଚୟନ କରିବାର ପ୍ରକ୍ରିୟା ରହିଛି । ସେହି କ୍ରମରେ ଏବର୍ଷ ମଧ୍ୟ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ନର୍ଲାରୋଡ଼ ସ୍ଥିତ ହୋଟେଲ ଦିଶା ଠାରେ ଆୟୋଜିତ ହୋଇଥିଲା । ଏଥିରେ ନର୍ଲା ଜୋନର ସମସ୍ତ ଆଜୀବନ ସଦସ୍ୟ ଯୋଗ ଦେଇଥିଲେ । ନର୍ଲା ସ୍ଥିତ ନୀଳମାଧଵ ମେଡିକାଲ ଷ୍ଟୋରର ମାଲିକ ନିକୁଞ୍ଜ ଦତ୍ତା ସ୍ୱାଗତ ଅବିଭାଷଣ ସହ ସଭା ପରିଚାଳନା କରିଥିଲେ । ପ୍ରଥମେ ଜିଲ୍ଲା ରୁ ଆସିଥିବା ନିର୍ବାଚନ ଅଧିକାରୀ ମାନସ ମହାନ୍ତି, ବିଜୟ କୁମାର ଜୈନ, ସୁଶାନ୍ତ ପାଟଜୋଷୀଙ୍କୁ ସ୍ଥାନୀୟ ସଦସ୍ୟ ମାନଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ପରେ ମୁଖ୍ୟ ଇଲେକ୍ସନ ଅଫିସରଙ୍କ ଦ୍ୱାରା ନୂତନ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ହୃଷିକେଶ ଭୋଇ ସଂଗ୍ରାମ କେଶରୀ ଚାନ୍ଦଙ୍କ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ପାର୍ଥ ଦତ୍ତା ତାଙ୍କୁ ସମର୍ଥନ କରିଥିଲେ । ପରେ କାହ୍ନୁ ଚରଣ ସାହୁ ନିକୁଞ୍ଜ ଦତ୍ତାଙ୍କ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ସମୀର ପ୍ରଧାନ ତାଙ୍କୁ ସମର୍ଥନ କରିଥିଲେ । ଏହି ଅବସରରେ ରୁପ୍ରାରୋଡସ୍ଥିତ ନୀଲକମଲ୍ ମେଡିକାଲ୍ ଷ୍ଟୋର୍ର ମାଲିକ ମହିଳା ବ୍ୟବସାୟୀ ଡିମ୍ଫଲ୍ ଦତ୍ତାଙ୍କୁ ସର୍ବଶ୍ରେଷ୍ଠ ସକ୍ରିୟ ସଦସ୍ୟା ଭାବରେ ନିର୍ବାଚନ ଅଧିକାରୀ ମାନସ ମହାନ୍ତିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା । ଶେଷରେ ଶ୍ରୀ ଚାନ୍ଦ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





