କୋକସରାରେ କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦରମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରାଙ୍କ ଅଧ୍ଯକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଛି। ଏହାର ଉଦେଶ୍ୟ ଗାଁ, ବ୍ଲକ, ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକଙ୍କର ମତାମତ ନେଇ ଜିଲ୍ଲା ଅଧ୍ୟକ୍ଷ ଚୟନ କରାଯିବା ଉପରେ ଆଲୋଚନା ହୋଇଥିଲା। ଏହାସହ କଂଗ୍ରେସ ଦଳକୁ କିପରି ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସୁଦୃଢ କରାଯିବା ସେନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏଥିରେ ପର୍ଯ୍ୟବେକ୍ଷକ ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଶେଖ ମସ୍ଥାନା ଅଲ୍ଲୀ, ପିସିସି ପର୍ଯ୍ୟବେକ୍ଷକ ଭାବେ ଫକୀର ଜଗତ, ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ଜିଲ୍ଲା ଯୁବ ସଭାପତି ମହମଦ ସାହେବ, ଛାତ୍ର ସଭାପତି ଶୁଭମ ବାରିକ, ସୁବାସ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ। କୋକସରା ବ୍ଲକ କଂଗ୍ରେସ କମିଟିର ତ୍ରିଭୁବନ ନାଏକ, ଅଭି ପଟ୍ଟନାୟକ, ଅରୁଣ ମାଝୀ, ମହେନ୍ଦ୍ର ଧରୁଆ, ସୁବାସ ଚନ୍ଦ୍ର ଦାସ, ହରିଶ୍ଚନ୍ଦ୍ର ନାଏକ, ଯତୀନ୍ଦ୍ର ଦଳେଇ, କମଲ ନାଏକ, ନାରୀନେତ୍ରୀ ତପସ୍ୱିନୀ ପ୍ରଧାନୀ, ଫୁଲତୋଳା ଖମାରୀ, ମାଧୁରୀ ନିଏଲ ସମେତ ଶତାଧିକ ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.