ନର୍ଲା : ଟେଙ୍କର ଧକ୍କାରେ ବାଇକ ଚାଳକ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମାଉଣ୍ଟେନ କିଡ୍ସ ଇଂଲିଶ ନିଡିୟମ୍ ସ୍କୁଲ ସମ୍ମୁଖରେ ରାଜ ରାସ୍ତା ଉପରେ ଏକ ତେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ସମର କଟାର ଯୁବକ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣା ପଡିଛି। ଖବରରୁ ଜଣାପଡ଼ିଛି ଯେ ବାଇକ ଚାଳକ ଯୁବକ ଜଣକ ଭବାନୀପାଟଣା ପଟୁ ନିଜ ହିରୋ ବାଇକ ନଂ ଓଡ଼ି ୦ ୧୮ ଡି ୭୬୬୮ ରେ ଆସୁଥିଲେ। ବିପରୀତ ଦିଗରୁ କ୍ଷୀପ୍ର ଗତିରେ ଯାଉଥିବା ଜିଓ ତେଲ ଟ୍ୟାଙ୍କର ନଂ ଏନଏଲ ୧୧ ଏ ଏ ୮୭୮୩ ସହ ଧକ୍କା ହେବାରୁ ଯୁବକ ଜଣକ ବାଇକ ରୁ ଛିଟିକି ପଡ଼ି ଟ୍ୟାଙ୍କର ଚକ ତଳେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଚକ ଚଢ଼ି ଯାଇ ମୁଣ୍ଡ ଚୁନା ହୋଇଯାଇଅଛି। ଘଟଣା ସ୍ଥଳରେ ଯୁବକ ପ୍ରାଣ ହରାଇଛନ୍ତି। ପୋଲିସ ଟ୍ୟାଙ୍କର ଗାଡ଼ିକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.