ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡିଗୁଡା ଗ୍ରାମର ଜଣେ ବୃଦ୍ଧ ସକାଳୁ ଶୋଚ କରିବାକୁ ଯାଇ ଭାଲୁ ଆକ୍ରମଣ ର ଶିକାର ହୋଇଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁଯାୟୀ ବୃଦ୍ଧଙ୍କ ନାମ ଉଦେ ମାଝୀ (୬୦) ହୋଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ ହାବୁଡ଼ରେ ପଢଡିଯାଇ ଥିଲେ। ଭାଲୁ ବୃଦ୍ଧଙ୍କ ମୁଣ୍ଡ ଓ ପିଠିକୁ କ୍ଷତାକ୍ତ କରି ଚାଲିଯାଇଥିବା ବେଳେ ବୃଦ୍ଧ ଜଣକ ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.