ଏକ ଦିବସିୟ ସମୂହ ବୃକ୍ଷ ରୋପଣ କାର୍ଯକ୍ରମ‌ ଏକ ପେଡ ମାଁ କେ ନାମ -୨.୦ ପାଇଁ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ମାଁ ଙ୍କ ନାମରେ ଗଛଟିଏ ଉଦ୍ଧେଶ୍ୟ ଚଳିତ ମାସ ୧୭.୦୯.୨୦୨୫ ରେ ହେବାକୁ ଥିବା ଏକ ଦିବସିୟ ସମୂହ ବୃକ୍ଷ ରୋପଣ କାର୍ଯକ୍ରମ ସକାଶେ ରାୟଗଡା ବନାଞ୍ଚଳ ତରଫରୁ ରାୟଗଡା ବନାଞ୍ଚଳ ର ବିଭିନ୍ନ ଗ୍ରାମ ପଞ୍ଚାୟତ ଯଥା- ଜିମିଡିପେଟା, ହାଟ-ଶେଷଖାଲ, ଡାଙ୍ଗଲୋଡି, ତାଡମା, ଗୁମ୍ମା ପଞ୍ଚାୟତ କୁ ୫୦୦ ଲେଖାଏଁ ବିଭିନ୍ନ କିସମ ର ଚାରା ହଁସା କେନ୍ଦ୍ରୀୟ ନର୍ସରି ଓ ଲଡ୍ଡ। ଅସ୍ଥ।ୟୀ ନର୍ସରି ରୁ ବଣ୍ଟନ କରାଯାଇଥିଲା ଏବଂ ୦୧.୦୯.୨୦୨୫ ରୁ ୧୦.୦୯.୨୦୨୫ ମଧ୍ୟରେ ରାୟଗଡା ପଞ୍ଚାୟତ ସମିତି ର ୨୭ ଗୋଟି ପଂଚାୟତ ଏବଂ କୋଲନରା ପଞ୍ଚାୟତ ସମିତି ଅଧିନରେ ଥିବା ୧୨ ଗୋଟି ପଞ୍ଚାୟତ କୁ ୫୦୦ ଲେଖାଇଁ ବିଭିନ୍ନ କିସମ ର ଚାରା ରେଙ୍ଗାଲପାଡୁ ଅସ୍ଥାୟୀ ନର୍ସରୀ, ହଁସା କେନ୍ଦ୍ରୀୟ ନର୍ସରୀ ଓ ଲାଡ଼ା ଅସ୍ଥାୟୀ ନର୍ସରୀ ରୁ ଯୋଗାଇ ଦିଆଯାଇଥିଲା । ସେହିଭଳି କଲ୍ୟାଣ ସିଂପୁର ପଞ୍ଚାୟତ ସମିତି ରେ ରହିଥିବା ୧୪ ଗୋଟି ଗ୍ରାମ ପଞ୍ଚାୟତ କୁ ମଧ୍ୟ କଲ୍ୟାଣ ସିଂହପୁର ନର୍ସରୀ ରୁ ୮ଗୋଟି ପଞ୍ଚାୟତ କୁ ଓ ଶିକରପାଇ ଅସ୍ଥାୟୀ ନର୍ସରୀ ରୁ ୬ଗୋଟି ପଞ୍ଚାୟତ କୁ ଜଙ୍ଗଲ ବିଭାଗ ତରଫରୁ ଚାରା ପ୍ରଦାନ କରାଯାଇଛି | ଏହି କାର୍ଯକ୍ରମ ରେ ଏକ ଶୋଭାଯାତ୍ରା ର ଆୟୋଜନ କରାଯାଇ ଚାରା ବଣ୍ଟନ ସହ ଜନ-ସଚେତନ କରାଯାଇଥିଲା । କାର୍ଯକ୍ରମ କୁ ଶ୍ରୀ ଅଶୋକ କୁମାର ପ୍ରଧାନ,ଉପ ବନ ସଂରକ୍ଷକ,ରାୟଗଡା ବନଖଣ୍ଡ ସବୁଜ ପତାକା ଦେଖାଇ ସବୁଜ ରଥ ର ଶୁଭାରମ୍ଭ କରିଥିବା ବେଳେ ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ଵର ଆଚାରୀ ଏହାକୁ ସୁ-ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.