ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶର କାର୍ଯ୍ୟକାରିଣୀ ବୈଠକ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର, ପୂର୍ବତନ ବିଧାୟକ, ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଉପସ୍ଥିତ ଥିଲେ। ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବେ ଶିବ ହାତୀ ଯାଦବଙ୍କ ନାମ ଘୋଷଣା ହୋଇଛି। ସେହିପରି ଭାବେ ପ୍ରଦେଶ ଉପାଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ବେହେରା ଓ ଦେବେନ୍ଦ୍ର କହଁର, ଓଡ଼ିଶା ପ୍ରଦେଶ ମହାସଚିବ ପ୍ରତାପ କିଶୋର ବାରିକ, ପ୍ରଦେଶ କୋଷାଧ୍ୟକ୍ଷ ସଞ୍ଜୟ ନାଏକ, ଓଡ଼ିଶା ପ୍ରଦେଶ ସଚିବ ସୁନୀଲ କୁମାର ଧଙ୍ଗଡାମାଝୀ ଯାଦବ, ପ୍ରଦେଶ ମିଡ଼ିଆ ସେଲ୍ ସଭାପତି ପ୍ରଦୀପ ମିଶ୍ର, ଓଡ଼ିଶା ପ୍ରଦେଶ ମହିଳା ସଭା ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଦାସ, ଯୁବ ଜନ ସଭା ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ପ୍ରଦୀପ ଥପା, ଓଡ଼ିଶା ପ୍ରଦେଶ ମହାସଚିବ ଯୁବ ଜନ ସଭା ରମାକାନ୍ତ ହାତୀ (ମଣ୍ଟୁ), ପ୍ରଦେଶ ଅଧ୍ୟକ୍ଷ ସମାଜବାଦୀ ଛାତ୍ର ସଭା ସୌଭାଗ୍ୟ ପରିଡ଼ା, ଲୋହିଆ ବାହିନୀ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଧନୁ ଗୋପାଳ, ମୁଳାୟମ ସିଂ ଯୁବ ବିଗ୍ରେଡ ଅଧ୍ୟକ୍ଷ ଓଡ଼ିଶା ରଞ୍ଜିତ ଆଡଜୁଆଡ, ପ୍ରଦେଶ ପଛୁଆ ବର୍ଗ ପ୍ରକୋଷ୍ଠ ଅଧ୍ୟକ୍ଷ ସୁଫଳ କରୁଆଁ, ଓଡ଼ିଶା  ଅଳ୍ପସଂଖ୍ୟକ ସଭା ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ମହମ୍ମଦ ସହାବୁଦ୍ଧିନ, ଓଡ଼ିଶା ପ୍ରଦେଶ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ରାଜକିଶୋର ନାଏକ, ଦଳିତ ମହାସଭା ପ୍ରଦେଶ ଅଧ୍ୟକ୍ଷ ଧବଳେଶ୍ଵର ମାଝୀ, ପ୍ରଦେଶ ଅଧ୍ୟକ୍ଷ କିଶାନ ସଭା ବିଜୟ ବେହେରା, ଆମ୍ବେଦକର ବାହିନୀ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଯୋଗେନ୍ଦ୍ର ସୁନା, ଓଡ଼ିଶା ପ୍ରଦେଶ ଅଧିବକ୍ତା ସଭା ଅଧ୍ୟକ୍ଷ ସୁବାଶ ମହାନ୍ତି, ବ୍ୟାପାର ସଭା ଓଡ଼ିଶା ପ୍ରଦେଶ ଅନିଲ ଯାଦବ, ମଜଦୁର ସଭା ପ୍ରଦେଶ ଅଧ୍ୟକ୍ଷ ବୁଦ୍ଧରକ ବାହିନୀ ଏବଂ ଓଡ଼ିଶା ପ୍ରଦେଶ ଶିକ୍ଷକ ସଭା ଅଧ୍ୟକ୍ଷ ଭାବରେ ରମେଶ ଚନ୍ଦ୍ର ମିଶ୍ରଙ୍କ ନାମ ଘୋଷଣା ହୋଇଛି। ଏହା ସହ ରାଜ୍ୟର ୨୨ଗୋଟି ଜିଲ୍ଲାର ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ଅବସରରେ ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ଅଧିକ ଶଶକ୍ତ କରିବା ଉପରେ ରାଜ୍ୟ ପ୍ରଭାରୀ ସୁନୀଲ ସିଂ ଯାଦବ ଗୁରୁତ୍ୱାରୋପ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.