ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ ଯୁବ ନେତା ଦିଗପାଳ ନାଗ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ଉଦୀୟମାନ ଯୁବ ନେତୃତ୍ବ ଦିଗପାଳ ନାଗ ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଗୁରୁବାର ଦିନ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଘୋଷଣା କରିଛନ୍ତି। ବୋଡେନ ବ୍ଲକ କିରେକେଲା ଗାଁର ସତ୍ୟଭାମା ନାଗ ଓ ପୂର୍ଣ୍ଣଚନ୍ଦ୍ର ନାଗଙ୍କ ସୁପୁତ୍ର ଦିଗପାଳ ଜଣେ ଲୋକପ୍ରିୟ ଯୁବ ନେତୃତ୍ବ ଭାବେ ନୂଆପଡ଼ା ଜିଲ୍ଲାରେ ବେଶ୍ ଜଣାଶୁଣା। ସେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ହୋଇ ଜନତାଙ୍କ ସେବା କରି ଆସୁଛନ୍ତି। ତେବେ ତାଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରିଥିବାରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଅଖିଳେଶ ଯାଦବ, ରାଜ୍ୟ ସଭାପତି ମାନନୀୟ ଶିବ ହାତୀ ଯାଦବ, ରାଜ୍ୟ ସଂପାଦକ ମାନନୀୟ ସୁନୀଲ କୁମାର ଧଙ୍ଗଡାମାଝୀ ଯାଦବ ଏବଂ ମାନନୀୟ ବେଣୁଧର ଗହୀରଙ୍କୁ ନୂଆପଡ଼ା ଜିଲ୍ଲାର ନବ ନିଯୁକ୍ତ ସଭାପତି ଶ୍ରୀ ନାଗ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦିଗପାଳ ନାଗଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରେ ସମାଜବାଦୀ ପାର୍ଟି ଅଧିକ ଶଶକ୍ତ ହେବ ବୋଲି ରାଜ୍ୟ ସଭାପତି ଶିବ ହାତୀ ଯାଦବ ଆଶା ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.