ବିଶ୍ୱନାଥପୁରଠାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ଫାର୍ମାସିଷ୍ଟଙ୍କୁ ସମ୍ବର୍ଦ୍ଧିତ କଲେ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଫାର୍ମାସିଷ୍ଟ କେ. ନେତ୍ରାନନ୍ଦ ସୁବୁଦ୍ଧି, ଟୁନା ପାଣିଗ୍ରାହୀ ଓ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏହାପରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡ଼.ସୁମୀରନ ରାଉତ,ଡ଼. ସେଶାଙ୍କ ମାଣିକ,ଲାଞ୍ଜିଗଡ଼ ବ୍ଳକ ପୂର୍ବତନ ଏବିଇଓ ଲଷ୍ମୀ ପ୍ରିୟା ମୁଦୁଲି,ପିଏଚଇଓ ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ଼ରୋଡ଼ ଏବଂ ବିଶ୍ୱନାଥପୁର ଅଞ୍ଚଳରେ ନିରବଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ରୋଗୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଯୋଗସୂତ୍ରର ମାଧ୍ୟମ ସାଜିଥିବା ତିନିଜଣ ଫାର୍ମାସିଷ୍ଟ ଶ୍ରୀ ସୁବୁଦ୍ଧି, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ସାହୁଙ୍କୁ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ଉପସଭାପତି କ୍ଷମାନିଧି ମହାଖୁଡ଼, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର କାର୍ଯ୍ୟକାରୀ ସଭାପତି ସନ୍ତୋଷ ତୁଳ, ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ, କୋଷାଧ୍ୟକ୍ଷ ନୀଲେଶ କୁମାର ନାଗ ପ୍ରମୁଖ ଉପସ୍ଥିତ ରହି ତିନି ଫର୍ମାସିଷ୍ଟଙ୍କୁ ଉତ୍ତରୀୟ ସହିତ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ଜଗବନ୍ଧୁ ଶବର,ଫାର୍ମାସିଷ୍ଟ ନରେଶ ମାଝୀ,ଏମଏଚୟୁ ଫାର୍ମାସିଷ୍ଟ ପ୍ରଗତି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.