ବର୍ଷାରେ ଭାଙ୍ଗିଲା ଘର; ଅଳ୍ପକେ ବର୍ତ୍ତିଲେ ପରିବାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ରେଙ୍ଗାଳପାଲି ପଞ୍ଚାୟତ ଡ଼ଙ୍ଗରୀଗୁଡା ଗ୍ରାମର ଦିବାକର ବାଗଙ୍କ ଘର ଲଘୁଚାପ ଜନିତ ଲଗାଣ ବର୍ଷାରେ ଗୁରୁବାର ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଦିବାକରଙ୍କ ପରିବାର ସୋଇଥିବା ସମୟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଚାଲ, ଛପର ଘର ଭାଙ୍ଗି ଭୁଶୁଛି ପଡିଛି ଫଳରେ ଘର ଭିତରେ ଥିବା ଦିବାକରଙ୍କ ସ୍ତ୍ରୀ ସମେତ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଗରିବ ପରିବାର ହୋଇଥିବାରୁ ଘର ଭାଙ୍ଗିଯିବା ପରେ ବର୍ତ୍ତମାନ ସେମାନେ ଚିନ୍ତାରେ ପଡିଯାଇଛନ୍ତି। ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି। ଏ ନେଇ କୁସୁମଖୁଣ୍ଟି ରାଜସ୍ବ ନିରୀକ୍ଷକ ରାକେଶ ହୋତାଙ୍କୁ ପଚାରିବାରୁ ପଲିଥିନ ଯୋଗାଇ ଦେବା ସହ ଯାହା ସରକାରୀ ସୁବିଧା ଅଛି ଯୋଗାଇ ଦିଆଯିବ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.