୬୦ ବର୍ଷରେ ପହଞ୍ଚିଲା ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା: ମନ ମୋହୁଛି ଆକର୍ଷଣୀୟ ମେଢ ଓ ମଣ୍ଡପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୬୦ ବର୍ଷ ତଳେ ଆରମ୍ଭ ହୋଇଥିଲା ଲାଞ୍ଜିଗଡ ସାର୍ବଜନୀନ ଦୁର୍ଗାପୂଜା। ଆଜି ଏକ ଗୌରବମୟ ଅତୀତକୁ ମନେ ପକାଇବା ସହିତ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଛି ମେଢ ଓ ମଣ୍ଡପ। ଆକର୍ଷଣୀୟ ତୋରଣ ସହିତ ମାଆଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦେଖଣାହାରୀ, ଭକ୍ତ-ଶ୍ରଦ୍ଧାଳୁଙ୍କୁ ଭାବଭକ୍ତିରେ ତଲ୍ଲୀନ କରିଦେଉଛି। ସେହିପରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁକାନ ବଜାର ଆଦି ଲୋକଙ୍କ ପୂଜାଛୁଟିର ଉପଭୋଗମାତ୍ରାକୁ ଦ୍ୱିଗୁଣିତ କରିଦେଉଛି। ଏଥିପାଇଁ ସମସ୍ତେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।ଏହି ଅବସରରେ ଶନିବାର ଅପରାହ୍ନରେ ଦୁର୍ଗା ପୂଜା କମିଟି ପକ୍ଷରୁ ଲାଞ୍ଜିଗଡ଼ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ କଳସ ଯାତ୍ରାରେ ବାହାରି ନିକଟସ୍ଥ ବଂଶୀଧାରା ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ଆଜିଠାରୁ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଥିବାବେଳେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଏଥର ଆକର୍ଷଣୀୟ ମୂର୍ତ୍ତି ସହିତ ମେଢ ଓ ମଣ୍ଡପ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।ଏଥିରେ କର୍ତ୍ତା ଭାବେ ପିତାମ୍ବର ଡ଼ମବିଶି ଓ ତାଙ୍କ ଧର୍ମ ପତ୍ନୀ ଦେବକୀ ଡ଼ମବିଶି ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଡ.ରୋହିତ କୁମାର ଆଚାର୍ଯ୍ୟ ରହିଥିବା ବେଳେ ତାଙ୍କ ସହିତ ଡ଼. ମୋହନ ପୁରୋହିତ,ବିଶ୍ୱଜିତ ଚାନ୍ଦ, ଅଭିଷେକ ଦେବତା,ଦେବାଶିଷ ଦେବତା ରହିଛନ୍ତି।ପୂଜା ମଣ୍ଡପରେ ଦୀନବନ୍ଧୁ ବାରିକ, ଲିଙ୍ଗରାଜ ବାରିକ ଓ ମନରଞ୍ଜନ ବାରିକ,ସନ୍ତୋଷ ମହାଖୁଡ଼,କମଳାକାନ୍ତ ମହାଖୁଡ ସହଯୋଗ କରିଥିଲେ। ଏହା କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ହେବାକୁ ଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହିତ ମେଲୋଡି ପରିବେଷଣ ହେବାର ଯୋଜନା ଓ ଶେଷ ଦିବସରେ ରାବଣ ପୋଢ଼ି ବ୍ୟବସ୍ଥା ରହିଥିବା ବେଳେ ଭକ୍ତ, ଶ୍ରଦ୍ଧାଳୁ ଓ କଳାପ୍ରେମୀ ଜନସାଧାରଣଙ୍କୁ ଅଭିଭୂତ କରୁଛି।ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଏମ୍. ଚନ୍ଦ୍ର ଶେଖର,ସାଧାରଣ ସମ୍ପାଦକ ଭାବେ କିଶୋର ପେସନିଆ, କୋଷାଧ୍ୟକ୍ଷ ଭାବେ ସୁମନ୍ତ ଦଳବେହେରା,ଉପ ସଭାପତି ଜୟନ୍ତ ମହାଖୁଡ,ସହ ସମ୍ପାଦକ କାର୍ତ୍ତିକ ଓଡ଼ିଆ, ସହ କୋଷାଦକ୍ଷ ରାଘବ ଗହୀର ରହିଥିବା ବେଳେ ଶାନ୍ତି କମିଟି ପକ୍ଷରୁ ସଭାପତି ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶବନ୍ତ ହିଆଲ,ସଦସ୍ୟ ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା,ଡା. ନରେନ୍ଦ୍ର ଦାସ, ଅମର ମହାନ୍ତି, ପ୍ରଶାନ୍ତ ପରମାଣିକ, ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏସ୍ଓ ସନତ ପ୍ରଧାନ, ଭବାନୀ ଶଙ୍କର ନନ୍ଦ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ଲାଞ୍ଜିଗଡ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ସୁବାଷ ମହାପାତ୍ର, ଶ୍ରୀମୁଖ ଅଗସ୍ତି, ଶରତ ସିଂ, ଲାଞ୍ଜିଗଡ ପ୍ରେସ୍ କ୍ଳବ ଉପ ସଭାପତି କ୍ଷମାନିଧି ମହାଖୁଡ ରହିଛନ୍ତି। ସେହିପରି ଆୟୋଜକ କମିଟି ପକ୍ଷରୁ ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ଯୁବକ ସଂଘ ପୂର୍ବତନ ସଭାପତି ବିନୋଦ ଗଉଡ଼, ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା, ସଞ୍ଜୀବ ପେଶନିଆ, ସତ୍ୟନାରାୟଣ ନାଏକ, ସମେତ ଲାଞ୍ଜିଗଡ ଯୁବକ ସଂଘ ସମସ୍ତ ସଦସ୍ୟ ଓ ଅଞ୍ଚଳର ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.