କଳସ ଯାତ୍ରାରୁ ଆରମ୍ଭ ହେଲା ପୋଖରୀବନ୍ଧ ଦୁର୍ଗାପୂଜା: ସାମିଲ ହେଲେ ହଜାରେରୁ ଉର୍ଦ୍ଧ୍ବ ମହିଳା-ପୁରୁଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ତୃତୀୟ ବର୍ଷ ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଯାତ୍ରା ସହିତ ପୂଜା ଆରମ୍ଭ ହୋଇଯାଇଛି। ପୋଖରୀବନ୍ଧ ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ, ଆବାଳବୃଦ୍ଧବନିତା ତଥା ପଖୋରୀବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ଏକ ହଜାରରୁ ଊର୍ଦ୍ଧ୍ବ ମହିଳା, ପୁରୁଷ ପୁରୁଷ ଏଥିରେ ସାମିଳ ହୋଇଥିଲେ। ଏଥିରେ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଅଗ୍ରୱାଲ, ତୁଳସୀ ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ରମେଶ ସାହୁଙ୍କ ପ୍ରଚେଷ୍ଟା ଓ ପୋଖରୀବନ୍ଧ ପଞ୍ଚାୟତବାସୀଙ୍କ ସହଯୋଗରେ ଏହି ଶାରଦୀୟ ଦୁର୍ଗା ଦୂର୍ଗାପୂଜା ଅନୁଷ୍ଠିତ ହେଉଛି। ଏଥିରେ କର୍ତ୍ତା ଭାବେ ରମେଶ ସାହୁ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତିପ୍ରିୟା ସାହୁ ରହିଥ‌ିବା ବେଳେ ମୁଖ୍ୟ ପୂଜକ ଦାଇତ୍ବରେ ନରେଶ ଚନ୍ଦ୍ର ଦାସ ରହିଥିବା ବେଳେ ଚିତ ରଞ୍ଜନ ଦାସ, ମହେଶ୍ବର ଦାସ ସହଯୋଗ କରୁଛନ୍ତି। ତେବେ ଗତବର୍ଷ ଭଳି ଏବର୍ଷ ମଧ୍ୟ ସୁଦୃଶ୍ୟ ତୋରଣ ଓ ମେଢ଼ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ରାତିରେ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବା କମିଟି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏଥିରେ କାର୍ଯ୍ୟକାରୀ ସଭାପତି ସନାତନ ବିଶି, ସାଧାରଣ ସମ୍ପାଦକ ଭବାନୀ ବଣୁଆଁ, ଉପସଭାପତି ପବିତ୍ର ବିଭାର, କୋଷାଧକ୍ଷ ଶଙ୍କର ପ୍ରଧାନୀ, ସମ୍ପାଦକ ବିକ୍ରମାଦିତ୍ୟ ବାରିକ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଦାଇତ୍ୱ ନିର୍ବାହ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.