ଦୁର୍ଗତି ନାଶିନୀ

ଜୟ ମା ଦୁର୍ଗା ଦୁର୍ଗତି ନାଶିନୀ
ମା’ଗୋ ମହିଷ ମର୍ଦ୍ଧିନୀ
ଦେବଙ୍କ ଦେବାଗ୍ନି ପ୍ରଜ୍ୱଳନୁ ଜାତ
ଆଦିଶକ୍ତି କାତ୍ୟାୟନୀ।।୧।।

Omkar Vasthu
Omkar Vasthu

ଦୁର୍ଗା, ଦୁର୍ଗେଶ୍ଵରୀ, ଭୁବନ ମୋହିନୀ
ମାଆ ରୁଦ୍ରାଣୀ, ଭଦ୍ରାଣୀ
ଅମ୍ବେ, ଜଗଦମ୍ବେ, ଅମ୍ବା, ଅମ୍ବାଳିକା
ମାଆ ଗୋ ସି‍ଂହ ବାହିନୀ।।୨।।

Pearl dental clinic
Near Ashish Medical Store, Bhawanipatna

ମାତା ଦଶଭୁଜା, ବିଶ୍ଵମୋହିନୀ
ତୁହି ମା ବିଶ୍ଵପାଳିନୀ
ହେ ଜଗଜ୍ଜନନୀ, ମୋକ୍ଷ ପ୍ରଦାୟିନୀ
ଭକ୍ତି, ମୁକ୍ତି ପ୍ରଦାୟିନୀ।।୩।।

Udyog Nursery
Udyogi Nursery

ମାଆ ଜଗଦ୍ଧାତ୍ରୀ ଗରବ ଗଞ୍ଜିନୀ
ତୁହି ମା ଦୁ‍ଃଖ ହାରିଣୀ
ତ୍ରୀନେତ୍ର ଧାରିଣୀ, ଅଭୟ ଦାୟିନୀ
ତୁହି ଦୁର୍ଗା ନାରାୟଣୀ ।।୪।

ସର୍ବ ଦେବାଦେବୀ ଶକ୍ତି ଧାରିଣୀ
ତ୍ରାଣ କାରିଣୀ ମାନିନୀ
ପାବନୀ, ଶାକିନୀ, ଅମୃତାୟିନୀ
ମା ଗୋ ବିଘ୍ନ ବିନାଶିନୀ ।।୫।।

ସୁଦେଷ୍ଣା ପଣ୍ଡା

ଇରିଗେସନ କଲୋନୀ, ଲେନ୍ ନମ୍ବର- ୧୨
ଭବାନୀପାଟଣା, କଳାହାଣ୍ଡି
ଫୋନ୍ ନଂ: ୯୪୩୯୨୩୫୭୧୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.