କଳିଙ୍ଗ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ 

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ବିଷମକଟକ କଳିଙ୍ଗ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖାଦେଇଛି। ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଜଣେ ଶିକ୍ଷୟତ୍ରୀ ଥିବାବେଳେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୧୨୦। ଶିକ୍ଷକ ଅଭାବରୁ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ଠିକରେ ହେଉନାହିଁ, ଶିକ୍ଷାର ମେରୁଦଣ୍ଡ ଭୁସୁଡ଼ି ପଡୁଥିବା ଅଭିଯୋଗ ନେଇ ଅଭିଭାବକ ଏବଂ ଅଭିଭାବିକା ମାନେ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ଠାରେ ଏକତ୍ରିତ ହୋଇ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବାନେଇ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ, ରାୟଗଡା ଜିଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବୀ କରିଛନ୍ତି। କଳିଙ୍ଗ ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କ ଅଭିଭାବକ, ଅଭିଭାବିକା ମାନଙ୍କ ସଭାପତି ତ୍ରିନାଥ ଶବର, ସମ୍ପାଦକ ବୁଦୁରା ପୀଡିକାକା, ଚିନ୍ତାମଣି ପୀଡିକାକା, ମୋନଜ ବ୍ରେକବାଡା ଆଜି ଗଣମାଧ୍ୟମ ଆଗରେ ଓଡିଶା ସରକାରଙ୍କୁ ଅନୁରୋଧ କରି ଶିକ୍ଷକ ଅଭାବର ସମାଧାନ ନିମନ୍ତେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର କରନ୍ତୁ ବୋଲି କହିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.