ନାଡ଼ାପାଟାଙ୍ଗ ଓ ମାଣିକୁଟିକୁ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ ଗଠନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ର ପ୍ରଦାନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ବାହାର କରାଯାଇଥିଲା। ଶୋଭାଯାତ୍ରା କଲ୍ୟାଣ ମଣ୍ଡପ ଠାରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲା। ଶୋଭାଯାତ୍ରାରେ ନାରାବାଜି କରାଯିବା ସହ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରିଥିଲେ ଗ୍ରାମବାସୀ।

ବାରଖମା ପଞ୍ଚାୟତ ଓ ସିନ୍ଦ୍ରିଗାଁ ପଞ୍ଚାୟତର ଅନେକ ଗ୍ରାମକୁ ବଣପାହାଡ ଓ ନ‌ଦୀନାଳରେ ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଯିବାକୁ ହୁଏ। ପ୍ରାୟ ୫କିମି ଘାଟି,ବଣପାହାଡ ନଦୀନାଳ ରାସ୍ତା ଅତିକ୍ରମ ପରି ହିତାଧିକାରୀ ଭତ୍ତା, ପିଡିଏସ ଚାଉଳ ପାଇଁ ପଞ୍ଚାୟତକୁ ଆସିଥାନ୍ତି।

ଅଞ୍ଚଳରେ ରାସ୍ତାଏବଂ ଟେଲିଫୋନ ନେଟ୍‌ୱର୍କ ନାହିଁ। ପଞ୍ଚାୟତକୁ ଉନ୍ନତି ନିମନ୍ତେ ଆସିଥିବା ଅନୁଦାନ ରାସ୍ତାଘାଟ, ପାନୀୟଜଳ ସୁବିଧା, ମୋବାଇଲ ନେଟୱାର୍କ ସୁବିଧା ସହ ବିଭିନ୍ନ କାର୍ଯ୍ୟର ବିକାଶ ହୋଇପାରୁନାହିଁ।

ପଞ୍ଚାୟତ ପାଖରେ ରହିଲେ ସରକାରଙ୍କ ବିଭିନ୍ନ ଯୋଜନା ଓ ଗାଁଗାଁରେ ବିକାଶ ହେବା ସହ ଲୋକେ ସମସ୍ୟା ଠିକ ଭାବେ ଜଣାଇପାରିବେ ବୋଲି କୁହାଯାଇଛି। ଏଥିପାଇଁ ବାରଖମାର ନାଡାପାଟାଙ୍ଗ ଓ ସିନ୍ଧିଗାଁର ମାଣିକୁଟି ନୂତନ ପଞ୍ଚାଯତ ଗଠନ କରାଯିବାକୁ ଦାବି କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.