ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ସରକାରଙ୍କ ବ୍ରାହ୍ମଣ ବିରୋଧି ୟୁ ଜି ସି ଏମେଣ୍ଡମେଣ୍ଟ କୁ ବିରୋଧ କରି ମହା ମହିମ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ନର୍ଲା ବ୍ରାହ୍ମଣ ସମାଜ ସଭାପତି ବଦ୍ରୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସଦସ୍ୟ ଗଙ୍ଗାଧର ଷଢଙ୍ଗୀ, ନରସିଂହ ନାଏକ, ସମୀର ଚାନ୍ଦ, ମନୋଜ ଷଢଙ୍ଗୀ, ମଣ୍ଟୁ ସାମନ୍ତରାୟ, ନିକୁଞ୍ଜ ପାଢ଼ୀ, ସୁଦାମ ମିଶ୍ର, ବିଷ୍ଣୁ ଚରଣ ବଡ଼ପଣ୍ଡା ଲିଙ୍ଗରାଜ ମିଶ୍ର ପ୍ରମୁଖ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ (ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ) ନିୟମାବଳୀ, ୨୦୨୬ ରଦ୍ଦ କିମ୍ବା ସଂଶୋଧନ ପାଇଁ ଆବେଦନ କରିଛି ବ୍ରାହ୍ମଣ ସମାଜ। ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଏଚଇଆଇ) ରେ ଏକ ଅନ୍ତର୍ଭୁକ୍ତି ମୂଳକ ପରିବେଶ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ପ୍ରଶଂସନୀୟ ହୋଇଥିଲେ ମଧ୍ୟ, ୨୦୨୬ ନିୟମାବଳୀର ଅନେକ ବ୍ୟବସ୍ଥା ମନମୁଖୀ, ପକ୍ଷପାତ ପୂର୍ଣ୍ଣ ଏବଂ ଭାରତୀୟ ସମ୍ବିଧାନ ଅଧୀନରେ ସୁନିଶ୍ଚିତ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ସରକାରଙ୍କ ଏହି ଅସମାନତା ଆଇନ
ଧାରା ୧୪ (ସମାନତାର ଅଧିକାର)ର ଉଲ୍ଲଂଘନ କରୁଛି। ୨୦୨୬ ନିୟମାବଳୀ କେବଳ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୁ ଅନ୍ତର୍ଭୁକ୍ତ କରିବା ପାଇଁ “ଜାତି-ଭିତ୍ତିକ ବୈଷମ୍ୟ” ର ପରିଭାଷାକୁ ସଂକୁଚିତ କରୁଛି। ଏହା ଏକ ଅସମ ଆଇନଗତ ଢାଞ୍ଚା ସୃଷ୍ଟି କରୁଛି ଯାହା ଛାତ୍ରମାନଙ୍କୁ ସାଧାରଣ ବର୍ଗରୁ ବାଦ ଦିଏ, କ୍ୟାମ୍ପସରେ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଲକ୍ଷ୍ୟଭେଦୀ ଉତ୍ପୀଡ଼ନର ପ୍ରମାଣ ସତ୍ତ୍ୱେ ସେମାନଙ୍କୁ ଆଇନ ଅନୁଯାୟୀ ସମାନ ସୁରକ୍ଷା ପ୍ରଦାନ କରିବାରୁ ବଞ୍ଚିତ କରୁଛି। ଏଣୁ ଏହି ଆଇନ କୁ ରଦ୍ଦ କରାଯାଉ ବୋଲି ସାରା ଦେଶରେ ଆଜି ବ୍ରାହ୍ମଣ ସମାଜ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି।





