ମ.ରାମପୁର ତାଲୁକ୍ ଆଇନ ସେବାସମିତି ତରଫରୁ ମାନବାଧିକାର ଦିବସ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଓ ତାଲୁକ୍ ଆଇନ ସେବା ସମିତି ମଦନପୁର ରାମପୁର ତରଫରୁ ତୁଜୁଙ୍ଗ ଶ୍ରୀ ଏଜୁକେସନ ଠାରେ ମାନବାଧିକାର ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ତାଲୁକ୍ ଆଇନ ସେବାସମିତି ର ତରୁଣ କୁମାର ମାଝୀ, ଶ୍ରୀ ଏଜୁକେସନର ପରିଚାଳନା ନିର୍ଦ୍ଧେଶକ ସରୋଜ କୁମାର ପତି ଓ ଅନୁଷ୍ଠାନର ସଭାପତି ତଥା ମ.ରାମପୁର ଓକିଲ ସଂଘର ସମ୍ପାଦକ ସପନ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାରପତି ତଥା ଅଧ୍ୟକ୍ଷ ତାଲୁକ୍ ଆଇନ ସେବା ସମିତି ମ. ରାମପୁର ଦୀପ୍ତି ରଞ୍ଜନ ଦାସ, ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ, ବରିଷ୍ଠ ଆଇଜୀବୀ ଯତୀନ କୁମାର ସାହୁ, ଅଶ୍ଵିନୀ କୁମାର ପଣ୍ଡା, ସତ୍ୟଜିତ ଚାଟାର୍ଜୀ, ଆଶିଷ କୁମାର ମିଶ୍ର, ମମତା ଭୋଇ ଓ ମହାଶକ୍ତି ଫାଉଣ୍ଡେସନ ର ବୋର୍ଡ ସଦସ୍ୟ ତଥା ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ମାନବାଧିକାର ଦିବସ ପାଳନ ସମ୍ବନ୍ଧ ରେ ଆଲୋଚନା କରିବା ସହିତ ମୌଳିକ ଅଧିକାର, ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଉପସ୍ଥିତ ଛାତ୍ରୀ ଛାତ୍ର ଏବଂ ଶିକ୍ଷାନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଚେତନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଞ୍ଚରେ ଅତିଥିମାନଙ୍କ ଉପସ୍ଥିତି ରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଚିତ୍ର କଳା ପ୍ରଦର୍ଶନ ପରେ ଅନୁଷ୍ଠାନ ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ମ.ରାମପୁର କୋର୍ଟ ର ତରୁଣ ମାଝୀ, ତାଲୁକ୍ ଆଇନ ସେବାସମିତି ର ସଦସ୍ୟ ଓ ଏଜୁକେସନ ର କର୍ମକର୍ତ୍ତା ସହଯୋଗ କରିଥିଲେ। ଶ୍ରୀ ଏଜୁକେସନ ର ପରିଚାଳନା ନିର୍ଦ୍ଧେଶକ ସରୋଜ କୁମାର ପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.