ବିପୁଳ ପରିମାଣର ଏସକଫ୍ ସିରଫ୍ ଜବତ, ୩ ଯୁବକ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କଟକରୁ ବଲାଙ୍ଗିରକୁ ଏକ କାରରେ ବେଆଇନ ଭାବେ ବିପୁଳ ପରିମାଣର ଏସକଫ୍ ସିରଫ୍ ଚୋରାଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ବିଭାଗ । ଅବକାରୀ ବିଭାଗ ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସ୍ଥାନୀୟ ପଟାଭାଡି ଛକ ଠାରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଅବକାରୀ ଟିମକୁ ଦେଖି ଫେରାର ମାରୁଥିବା କାର ଟି ଡିଭାଇଡରେ ବାଡେଇ ହୋଇଯାଇଥିଲା ବେଳେ ମାଡି ବସିଥିଲା ଅବକାରୀ ବିଭାଗ। କାରରେ ଥିବା ୩ଜଣ ଯୁବକ ସେଠାରୁ ଫେରାର ହେଉଥିବା ବେଳେ ସୋନପୁର ଅବକାରୀ ଟିମ୍ ଗୋଡେଇ ଧରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଗାନ୍ଧୀନଗରପଡାର ଉଦ୍ଧବ ବସ୍ଥାର (୩୫), ବିଭୂତିପଡାର ଶିବୁ ମେହେର (୨୦) ଓ ବରପାଲିପଡାର ରାଜେନ୍ଦ୍ର ବାରିକ (୨୪) । ଅଭିଯୁକ୍ତ ମାନଙ୍କ ନିକଟରୁ ୧୫ଶହ ବୋତଲ ଏସକଫ୍ ସିରଫ ଜବତ କରାଯାଇଛି । ଅଭିଯୁକ୍ତମାନେ କାରରେ କଟକ ଜଗତପୁରରୁ ବଲାଙ୍ଗୀର ଅଭିମୁଖେ ଚାଲାଣ କରୁଥିବା ସୂଚନା ଦେଇଥିଲେ । ଅବକାରୀ ଏସପି ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ଗୋବିନ୍ଦ ନାଏକ, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସଆଇ ବୁଦ୍ଧଦେବ ପୁଟେଲ, ଏଏସଆଇ ଅଭିଳାଷ ବେହେରା, ଏଏସଆଇ ଲୋକନାଥ ବେହେରା, ଦେବେନ୍ଦ୍ର ବରିହା ଓ ସନ୍ତୋଷ ସ୍ପାଇଁ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ । ଅଭିଯୁକ୍ତ ମାନଙ୍କ ନାମରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଅବକାରୀ ଏସପି ଶ୍ରୀଯୁକ୍ତ ସାମଲ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.