ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣାର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର କୁଳପତି ଡ଼. ନିବେଦିତା ନାଥ, ସମ୍ମାନିତ ଅତିଥି ଭାବେ ସରକାରୀ ସ୍ଵୟଂସାସିତ ମହାବିଦ୍ୟାଳୟ ଭବାନୀପାଟଣାର ଭୂଗୋଳ ବିଭାଗର ପୂର୍ବତନ ମୁଖ୍ୟ ଡ଼. ଅଜୟ ମିଶ୍ର, ମୁଖ୍ୟବକ୍ତା ଭାବେ ସରକାରୀ ସ୍ଵୟଂସାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ଦଳାଇ, ଅନ୍ୟତମ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କୁଳସଚିବ ଡ଼. ଗୁଣନିଧି ନାଏକ ଓ ଉପ କୁଳସଚିବ ମେଜର ଡ଼. ଜୟଦେବ ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ଗଠନ ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁବ୍ରତ କୁମାର ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ଆଶିଷ ମହାପାତ୍ର, ଲିପ୍ସା ମହାରଣା, ଅଶୋକ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ବାର୍ଷିକ ପତ୍ରିକା ଦୂର୍ବା ଏବଂ ଗଣିତ ବିଭାଗର ମୁଖ୍ୟ ଡ଼ ପ୍ରଦୀପ କୁମାର ପ୍ରଧାନଙ୍କ ସମ୍ପାଦିତ ଗଣିତ ପୁସ୍ତକ  ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.