‘ସ୍ରଷ୍ଟା’ର ରାଜ୍ୟସ୍ତରୀୟ ବାର୍ଷିକ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଜୀବନ୍ୟାସ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ର ୪୮ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା ବିଶିଷ୍ଟ ସଂସ୍କୃତି ପ୍ରେମୀ ସମାଜସେବୀ, ସଂସ୍କାରକ, ସଂଗଠକ ସ୍ବର୍ଗତ ନବଘନ ଦାସଙ୍କୁ ଉତ୍ସର୍ଗ କରା ଯାଇଥିଲା। ଏହାକୁ ପ୍ରଯୋଜନା କରିଥିଲେ ତାଙ୍କର ପୁତ୍ର ତଥା ‘ସ୍ରଷ୍ଟା’ର ଉପସଭାପତି ଶ୍ରୀ ପ୍ରସନ୍ନ କୁମାର ଦାସ।

ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଭାରତୀୟ ସଂସ୍କୃତି ପ୍ରଚାର ସମିତିର ପ୍ରବକ୍ତା, ସମାଜ ସେବୀ, ସଂସ୍କୃତି ପ୍ରେମୀ ଶିକ୍ଷ୍ୟାବିତ ଶ୍ରୀ ଗୋପାଲ ଖଣ୍ଡେଲୱାଲ୍। ସେହିପରି ସମ୍ମାନିତ ଅତିଥି ଭାବେ ‘ପ୍ରମେୟ’ ଖବରକାଗଜର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ କମଳାକାନ୍ତ ପତି ଯୋଗ ଦେଇଥିଲେ।

ଉପ ସଭାପତି ତଥା କଳାକାର ଓ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ଦାସ ବର୍ତ୍ତମାନ ସମୟରେ ନାଟ୍ୟକଳାର ବିକାଶ କରିବା ସହ ସମସ୍ତଙ୍କ ମଧ୍ୟରେ ସଚେତନତା ପାଇଁ ନାଟକର ବିଷୟବସ୍ତୁ କିପରି ସାମାଜିକ ଜୀବନ ଉପରେ ପ୍ରଭାବ ପକାଇ ସମାଜକୁ ଦିଗଦର୍ଶନ ଦିଏ, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ‘ସ୍ରଷ୍ଟା’ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ଶ୍ରୀ ଆଲୋକ କୁମାର ସାହୁ ପୌରୋହିତ୍ୟ କରିଥିଲେ। ‘ସ୍ରଷ୍ଟା’ ମୁଖପତ୍ରିକାର ସମ୍ପାଦକ ଶ୍ରୀ ରତିକାନ୍ତ ମଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରସନ୍ନ କୁମାର ଦାସ ତାଙ୍କ
ସ୍ବର୍ଗତ ପିତା ନବଘନ୍ ଦାସଙ୍କର ସ୍ମୃତିଚାରଣ କରିଥିଲେ। ନାଟ୍ୟକାର ଶ୍ରୀ ପୀତାମ୍ବର ଦାସ ଧନ୍ୟବାଦ୍ ଦେଇଥିଲେ।

ପରେ ଭୁବନେଶ୍ବରର ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନର ନାଟକ ‘ଜୀବନ୍ୟାସ’ । ଓଡ଼ିଶାର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ,
ନାଟ୍ୟ ପ୍ରଶିକ୍ଷକ, ନାଟ୍ୟ ସଂଗଠକ ଶ୍ରୀ ଧୀର ମଲିକଙ୍କ
ଲିଖିତ ଓ ନିର୍ଦ୍ଦେଶିତ ନାଟକ ନିଜ କଳାକାରଙ୍କ ଦ୍ଵାରା ଅଭିନୀତ ହୋଇଥିଲା। ଏଥିରେ ଅନିଲ, ବିଧାଂଶୁ, ସୌମ୍ୟ, ସତ୍ୟ, ସଂଗ୍ରାମ, ଫିତୁ, ମନୋଜ, ଅଶୋକ, ଅମନ୍, ଶୁଭମ୍, ସକଲେଶ୍ୱର୍, ଗଣେଶ, ବିଘ୍ନରାଜ, ମିହିର, ସୁଜିତ୍, ସନ୍ତୋଷ, ମନ ଦିପା, ହରିହର, ଆଦିତ୍ୟ, ରାଜ, ପ୍ରକାଶ, ପ୍ରିୟଙ୍କା, ଦେବାଶିଷ, କାର୍ତ୍ତିକ, କଳ୍ପନା, କାଳିପ୍ରସନ୍ନ, ବିନୟ, ନରେନ୍ଦ୍ର ତ୍ରିପାଠୀ ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ। ନାଟକଟି ବେଶ ଉପଭୋଗ୍ୟ ଥିଲା।

‘ସ୍ରଷ୍ଟା’ର ଶ୍ରୀ ଦିବାକର ମହାନ୍ତି, ଗୌରୀ ଶଙ୍କର ସାହାଣୀ,ସମ ରାଇ କର, ସଂଗ୍ରାମ ମହାନ୍ତି, ରାମ ଚନ୍ଦ୍ର ମହାପାତ୍ର, ସରୋଜ ରାଉତ, ରତିକାନ୍ତ ମଲିକ, ମଦନ ମୋହନ ସାହୁ,ଅଜିତ ପଣ୍ଡା, ପୁଷ୍ପିତା ପାଢ଼ୀ, ଗିରିଜା ଶଙ୍କର କର,ପ୍ରଦୀପ ସତପଥି, ରଶ୍ମି ରଞ୍ଜନ ଦାସ, ବିଶ୍ୱଜିତ୍ ମହାପାତ୍ର, ମନୋରଞ୍ଜନ ଦାସ, ସ୍ୱାଗତିକା ବାରିକ, ସ୍ୱାତୀ ଶ୍ମିତା ଦାସ, ସୁମନା ପରିଡ଼ା, ସ୍ଵାତୀ ପଣ୍ଡା, ଋତୁରାଜ ବାରିକ, ସୌର ଜିତ୍ ସାହୁ, ଅନୁଭା ଶତପଥୀ, ସନ୍ତୋଷ କମିଲା ପ୍ରମୁଖ ସଦସ୍ୟ କାର୍ଯକ୍ରମକୁ ସୁପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.